ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଛକରେ ଆଜି ସକାଳ ପ୍ରାୟ ଆଠଟା ବେଳେ ବସ୍ ଧକ୍କାରେ ଦୁଇ ଜଣ ସ୍କୁଲ୍ ପିଲା ଆହତ ହୋଇଛନ୍ତି। ଏହା ସହିତ ସେମାନଙ୍କ ମଧ୍ୟରୁ ଜଣଙ୍କ ମା’ ମଧ୍ୟ ଆହତ ହୋଇଛନ୍ତି।
ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହତ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଛି। ତାଙ୍କ ନାଁ ଆର୍ଯ୍ୟନ୍। ତାଙ୍କୁ ଆଇସିୟୁରେ ରଖାଯାଇଛି। ଆହତ ମହିଳା ପୂଜା ତାଙ୍କ ମା’।
[caption id="attachment_272960" align="aligncenter" width="750"]
ଦୁର୍ଘଟଣା ଘଟାଇଥିବା ବସ୍କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି।
ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବନ୍ଧମୁଣ୍ଡା ଓ ରାଉରକେଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।