ଗୁଳି କରି ବ୍ୟବସାୟୀଙ୍କୁ ଲୁଟ୍‌

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଂପା ରେଲୱେ ଓଭରବ୍ରିଜ୍‌ ତଳେ ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଲୁଟ୍‌ର ଶିକାର ହୋଇଥିବା ଏହି ବ୍ୟବସାୟୀଙ୍କ ନାଁ ଦିଲ୍ଲୀପ ବେହେରା। ତାଙ୍କ ହାତ ଓ ପେଟରେ ଗୁଳି ବାଜିଛି। ତେବେ ଗୁଳି କେବଳ ତାଙ୍କ […]

firing

firing

Jitendra Garnayak
  • Published: Friday, 26 April 2019
  • Updated: 26 April 2019, 08:39 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବାଂପା ରେଲୱେ ଓଭରବ୍ରିଜ୍‌ ତଳେ ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଲୁଟ୍‌ର ଶିକାର ହୋଇଥିବା ଏହି ବ୍ୟବସାୟୀଙ୍କ ନାଁ ଦିଲ୍ଲୀପ ବେହେରା। ତାଙ୍କ ହାତ ଓ ପେଟରେ ଗୁଳି ବାଜିଛି। ତେବେ ଗୁଳି କେବଳ ତାଙ୍କ ହାତ ଓ ପେଟରେ ଘଷି ହୋଇ ଚାଲିଯାଇଥିଲା। ତେଣୁ ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦିଲ୍ଲୀପ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ରେଲୱେ ଓଭରବ୍ରିଜ୍ ତଳେ ୪ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ସେମାନେ ଦୁଇଟି ପଲ୍‌ସରରେ ଆସିଥିଲେ। ପ୍ରଥମେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଦିଲ୍ଲୀପ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ୧୫ ହଜାର ଟଙ୍କା ଏବଂ ମୋବାଇଲ୍ ଛଡ଼ାଇ ନେଇ ଯାଇଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।

କେନ୍ଦୁଝର ସଦର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟୋପୋ କହିଛନ୍ତି ଯେ, ଯେହେତୁ ଅନ୍ଧାର ଥିଲା ତେଣୁ ଦିଲ୍ଲୀପ ବେହେରା ଅଭିଯୁକ୍ତମାନଙ୍କ ମୁହଁ ଭଲଭାବେ ଦେଖିପାରି ନଥିଲେ। ତେବେ ଆମେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story