ବୌଦ୍ଧ: ବୁଟୁମୁଣ୍ଡା ଗାଁରେ ଜଣ୍ଡିସ୍  ଆତଙ୍କ ,୨୦ ଶିଶୁ ଗୁରୁତର

ବୌଦ୍ଧ: ରାଜ୍ୟରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପରେ ବୌଦ୍ଧ ଜିଲ୍ଲାରେ ଜଣ୍ଡିସ୍ ମାରାତ୍ମକ ରୂପ ନେଉଛି । କଣ୍ଟାମାଳ ବ୍ଲକ୍ ବୁଟୁମୁଣ୍ଡା ଗାଁରେ ଜଣ୍ଡିସ୍ରେ ୨୦ ରୁ ଅଧିକ ଶିଶୁ ଶିକାର ହୋଇଛନ୍ତି।  ଆକ୍ରାନ୍ତ ହୋଇଥିବା ଶିଶୁଙ୍କ ବୟସ ୫ବର୍ଷରୁ ୧୦ବର୍ଷର ମଧ୍ୟରେ ରହିଛି। ଆକ୍ରାନ୍ତ ହୋଇଥିବା ଶିଶୁମାନଙ୍କର ଆଖି ଓ ପରିସ୍ରା ହଳଦିଆ ଦେଖାଯାଉଛି । ଗାଁର କପିଳାଙ୍କର ତିନିପୁଅ ଓ ଝିଅ ଜଣ୍ଡିସର […]

baudh jaundice

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 07:45 AM IST

ବୌଦ୍ଧ: ରାଜ୍ୟରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପରେ ବୌଦ୍ଧ ଜିଲ୍ଲାରେ ଜଣ୍ଡିସ୍ ମାରାତ୍ମକ ରୂପ ନେଉଛି । କଣ୍ଟାମାଳ ବ୍ଲକ୍ ବୁଟୁମୁଣ୍ଡା ଗାଁରେ ଜଣ୍ଡିସ୍ରେ ୨୦ ରୁ ଅଧିକ ଶିଶୁ ଶିକାର ହୋଇଛନ୍ତି।  ଆକ୍ରାନ୍ତ ହୋଇଥିବା ଶିଶୁଙ୍କ ବୟସ ୫ବର୍ଷରୁ ୧୦ବର୍ଷର ମଧ୍ୟରେ ରହିଛି। ଆକ୍ରାନ୍ତ ହୋଇଥିବା ଶିଶୁମାନଙ୍କର ଆଖି ଓ ପରିସ୍ରା ହଳଦିଆ ଦେଖାଯାଉଛି । ଗାଁର କପିଳାଙ୍କର ତିନିପୁଅ ଓ ଝିଅ ଜଣ୍ଡିସର ଶିକାର ହୋଇଛନ୍ତି। ପ୍ରଥମେ ପିଲାଙ୍କୁ ବାନ୍ତି ପରେ ଧଳା ଝଡା ହୋଇଥିଲା ବୋଲି ପରିବାର ଲୋକ କହିଛନ୍ତି। ଏପେଟ ଗାଁ ଲୋକେ ଡାକ୍ତରଙ୍କୁ ନ ଦେଖାଇ ଚେରମୂଳି ଔଷଧ ଉପରେ ନିର୍ଭର କରୁଛନ୍ତି ।

 ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି ।  ଗାଁରେ ଜଣ୍ଡିସର ପାର୍ଦୁଭାବ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଏକ ଟିମ୍ ପଠାଯବା ସହ  ଆୟୁସ ଡାକ୍ତର ଗାଁକୁ ପଠାଯାଇଛି ବୋଲି ଡାକ୍ତର ଅମିତ କୁମାର ଜେନା କହିଛନ୍ତି ।  ଦୂଷିତ ପାଣି କିମ୍ବା ଅନ୍ୟ କେଉଁ କାରଣରୁ  ଜଣ୍ଡିସ୍  ବ୍ୟାପୁଛି । ତାହାର ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।

Related story