ସହଜ ହେବନି ବିଜୟ, ବିଜେଡି ପାଇଁ ଚ୍ୟାଲେଞ୍ଜ?

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ନିର୍ବାଚନୀ ସରଗରମ ଜୋର୍ ଧରିଛି। ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ମଧ୍ୟ ବିଳମ୍ବିତ ରାତିରେ ପ୍ରାର୍ଥୀ ଘୋଷଣା କରିଛି। ତେବେ କରୋନା କଟକଣା ସତ୍ତ୍ୱେ ଏହି ଦୁଇଟି ଆସନକୁ ଦଖଲ କରିବା ପାଇଁ ଶାସକ ବିଜେଡି ଏବେ ନିଜର ପୁରା ଦମ୍ ଲଗାଇ ଦେଇଥିବାବେଳେ ଦଳର ‘ଷ୍ଟାର ଚେହେରା’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

bjp-bjd-con-flag

bjp-bjd-con-flag

Tapas Behera
  • Published: Monday, 12 October 2020
  • Updated: 12 October 2020, 09:58 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ନିର୍ବାଚନୀ ସରଗରମ ଜୋର୍ ଧରିଛି। ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ମଧ୍ୟ ବିଳମ୍ବିତ ରାତିରେ ପ୍ରାର୍ଥୀ ଘୋଷଣା କରିଛି।

ତେବେ କରୋନା କଟକଣା ସତ୍ତ୍ୱେ ଏହି ଦୁଇଟି ଆସନକୁ ଦଖଲ କରିବା ପାଇଁ ଶାସକ ବିଜେଡି ଏବେ ନିଜର ପୁରା ଦମ୍ ଲଗାଇ ଦେଇଥିବାବେଳେ ଦଳର ‘ଷ୍ଟାର ଚେହେରା’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।  ଉପରକୁ ସବୁ ଠିକଠାକ୍ ଥିଲେ ମଧ୍ୟ ଗତ ୭ମାସ ଧରି କରୋନା ମହାମାରୀ ପାଇଁ ଲୋକଙ୍କ ମଧ୍ୟରେ ସରକାର ପ୍ରତି ବଢ଼ୁଥିବା ଆକ୍ରୋଶକୁ ପ୍ରଶମିତ କରିବା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିବା ଓ ଗୋଷ୍ଠୀକନ୍ଦଳ ରାଜନୀତିକ ହିଁ ବିଜେଡି ପାଇଁ ଚ୍ୟାଲେଞ୍ଜ ହେବାର ଆଶଙ୍କା ରହିଛି।

ବିଜେଡି ସୂତ୍ର ଅନୁସାରେ, ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କୁ ଜିିତାଇବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ବାଲେଶ୍ୱରରେ ବିଜେପି ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରି ‘ସହାନୁଭୂତି’ କାର୍ଡ ଖେଳିବାକୁ ଚେଷ୍ଟା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ମାନ ମଧ୍ୟ ସେଠାରେ ବାଜି ଲାଗିଛି। ବିଜେଡିର ଗୋଷ୍ଠୀକନ୍ଦଳ ମଧ୍ୟରେ ବିଜେପି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ନାରା ଓ ଦିବଂଗତ ବିଧାୟକଙ୍କ ମୃତ୍ୟୁରୁ ସହାନୁଭୂତି ସାଉଁଟିବାକୁ ଲକ୍ଷ୍ୟ ରଖିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ(ଦିବଂଗତ ମଦନମୋହନ)ଙ୍କ ସପକ୍ଷରେ ୪୭.୪୬ ପ୍ରତିଶତ ଓ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାସଙ୍କ ସମର୍ଥନରେ ୩୮.୭୯ ପ୍ରତିଶତ ଭୋଟ୍ ପଡ଼ିଥିଲା। କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ମାତ୍ର ୧୨% (ପ୍ରାୟ ୨୦ହଜାର) ଭୋଟ୍ ପଡ଼ିଥିଲା।

ସୂଚନା ଅନୁସାରେ, ଏବେ ବାଲେଶ୍ୱର ସଦର ଆସନ ଅନ୍ତର୍ଗତ ସମସ୍ତ ୨୬ଟି ପଂଚାୟତ ମଧ୍ୟରୁ ପ୍ରାୟ ୭-୮ଟି ପଂଚାୟତରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପ୍ରଭାବ ରହିଛି। ଏସବୁ ପଂଚାୟତ ୨୦୦୯ ମସିହା ପୂର୍ବରୁ ବସ୍ତା ନିର୍ବାଚନମଣ୍ଡଳୀରେ ଯାଉଥିଲା। ଶ୍ରୀ ମହାନ୍ତି ଏବେ ବିଜେପିରେ। ତା’ଛଡ଼ା ବାଲେଶ୍ୱର ପøରାଚଂଳର ୩୧ଟି ୱାର୍ଡ ମଧ୍ୟରୁ  ଅଧିକାଂଶ ୱାର୍ଡରେ ବିଜେପି ନିଜର ଦବଦବା ବଜାୟ ରଖିଛି। ବିଜେପି ପ୍ରଭାବଶାଳୀ ହେବା ପଛରେ ବିଜେଡି ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜର ପ୍ରଭାବ ବିସ୍ତାର କରି ସଂଗଠନକୁ ନିଜ ହାତକୁ ନେବାକୁ ପ୍ରୟାସ କରୁଥିବାବେଳେ ଜୀବନପ୍ରଦୀପ ଦାସ ଓ ପୂର୍ବତନ ମନ୍ତ୍ରୀ ଅନନ୍ତ ଜେନାଙ୍କ ଗୋଷ୍ଠୀ ତାଙ୍କୁ କଡ଼ା ବିରୋଧ କରୁଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବି ଶ୍ରୀ ଜେନାଙ୍କ ବିରୋଧୀ ଭାବେ ଜଣାଶୁଣା। ଯଦିଓ ଗୋଟିଏ ନିର୍ଦ୍ଧିଷ୍ଟ ଫର୍ମୂଲାକୁ ଆପଣାଇ ବିଜେଡି ଏହି ପରାଜିତ ନେତାମାନଙ୍କୁ ପ୍ରାର୍ଥୀତ୍ୱରୁ ଦୂରେଇ ରଖିଛି ତଥାପି ଶ୍ରୀ ଜେନାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ହିଁ ନିର୍ବାଚନୀ ପରିଚାଳନା ହେବ। କାରଣ ସ୍ଥାନୀୟ ନେତାମାନଙ୍କ ବିରୋଧ ପରେ ଶ୍ରୀ ଜେନା ଟିକେଟ୍ ଦୌଡ଼ରୁ ଓହରି ନିଜର ଜଣେ ଅନୁଗତ ସ୍ୱରୂପ କୁମାର ଦାସଙ୍କୁ ଦଳୀୟ ଟିକେଟ୍ ଦେବାରେ ସକ୍ଷମ ହୋଇଛନ୍ତି।

ପୂର୍ବତନ ବିଧାୟକ ଅରୁଣ ଦେ ଓ ଅନ୍ୟ ନେତାଙ୍କୁ ବିଜେଡିରେ ସାମିଲ କରି ଶ୍ରୀ ଜେନା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବଳ ଗୋଟାଇବାରେ ଲାଗିଛନ୍ତି। କିନ୍ତୁ ଶ୍ରୀ ଜେନାଙ୍କୁ ବିରୋଧ କରି ଯଦି ଜୀବନପ୍ରଦୀପ ଓ ଅନନ୍ତଙ୍କ ଭଳି ନେତାମାନେ ଅନ୍ତର୍ଘାତୀ କାର୍ଯ୍ୟ କରନ୍ତି ଓ ସମ୍ପୂର୍ଣ୍ଣ ନବାଗତ ସୂରୁପଙ୍କୁ ଦଳୀୟ କର୍ମୀ ଗ୍ରହଣ କରିବାରେ ବିଳମ୍ବ କରନ୍ତି ତା’ହେଲେ ଏବେ ବ୍ୟାକଫୁଟରେ ଥିବା ବିଜେଡିକୁ ନିର୍ବାଚନ ଜିତିବା କଷ୍ଟକର ହେବ।

ସେହିପରି ତିର୍ତ୍ତୋଲ ବିଧାନସଭା ଆସନରେ ମୋଟ ୬୧ଟି ପଂଚାୟତରେ ବିଜେଡି ଭିତରେ ଉତ୍କଟ ଗୋଷ୍ଠୀକନ୍ଦଳ ଲାଗି ରହିଛି। ରଘୁନାଥପୁର ୧୯ଟିରୁ ୫-୬ଟି ପଂଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗୋଷ୍ଠୀ ଓ ତିର୍ତ୍ତୋଲ ବ୍ଲକର ୨୧ଟିରୁ  ୩-୪ଟି ପଂଚାୟତରେ ଦେବାଶୀଷ ସାମନ୍ତରାୟଙ୍କ ଗୋଷ୍ଠୀ ସମାନ୍ତରାଳ ଭାବେ ଚାଲିଥିବାବେଳେ ସାଂସଦ ରାଜଶ୍ରୀ ମଲ୍ଲିକ ନିଜର ସ୍ୱତନ୍ତ୍ର ଗୋଷ୍ଠୀ ସହ ରହିଛନ୍ତି। ଦିବଂଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କୁ ଟିକେଟ୍ ମିଳିଥିଲେ ମଧ୍ୟ ଏହି ୩ନେତାଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଶଙ୍କା ରହିଛି। କାରଣ ୨୦୧୯ ନିର୍ବାଚନରେ ରଘୁନାଥପୁରରେ ପ୍ରାୟ ୫ହଜାର ଓ ତିର୍ତ୍ତୋଲ ବ୍ଲକରେ ଦେଢ଼ହଜାର ଦଳୀୟ ଭୋଟ୍ ବିଜେଡି ହରାଇଥିଲା। ଏହି ଆସନଟି ବିଜେଡିର ଗଡ଼ ଥିଲେ ମଧ୍ୟ ବିଜେଡି ଯଦି ନିଜର ପାରମ୍ପରିକ ମହିଳା ଏସଏଚଜି ଭୋଟକୁ ନିଜ ପାଖରେ ରଖିବାକୁ ଉଦ୍ୟମ ନକରିବ ତା’ହେଲେ ଗୋଷ୍ଠୀକନ୍ଦଳ ଭିତରେ ବିଜେପି ପ୍ରାର୍ଥୀ ସହଜରେ ନିର୍ବାଚନୀ ବୈତରଣୀ ପାର ହୋଇଯିବେ ବୋଲି ଆକଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story