ଭୋଟ ସରିଲା, ଉତ୍କଣ୍ଠା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ମହାଯୁଦ୍ଧ ଭିତରେ ସରିଲା ରାଜ୍ୟର ୨ଟି ବିଧାନସଭା  ଆସନରେ ମତଦାନ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଅଘଟଣକୁ ଛାଡ଼ିଦେଲେ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ସରିଛି ତିର୍ତ୍ତୋଲ ଓ ବାଲେଶ୍ୱର ପାଇଁ ମତଦାନ। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମରେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯ ଦଶମିକ ୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ […]

7bn

Tapas Behera
  • Published: Tuesday, 03 November 2020
  • , Updated: 03 November 2020, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ମହାଯୁଦ୍ଧ ଭିତରେ ସରିଲା ରାଜ୍ୟର ୨ଟି ବିଧାନସଭା  ଆସନରେ ମତଦାନ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଅଘଟଣକୁ ଛାଡ଼ିଦେଲେ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ସରିଛି ତିର୍ତ୍ତୋଲ ଓ ବାଲେଶ୍ୱର ପାଇଁ ମତଦାନ। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମରେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଂଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯ ଦଶମିକ ୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ ହୋଇଛି ।

ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥରେ ନିର୍ବାଚନ ପରିଚାଳନା କରିଥିଲେ ସାଢ଼େ ୩ ହଜାର ପୋଲିଂ କର୍ମଚାରୀ । ନିଯୁକ୍ତ ହୋଇଥିଲେ ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଛାସେବୀ  ସ୍କ୍ରିନିଂ ସମୟରେ ଚିହ୍ନଟ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଟୋକନ୍ ଦିଆଯିବା ସହ ସଂଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ନିଆଯାଇଥିଲା । ବାଲେଶ୍ୱରର ନିର୍ବାଚନୀ ମୈଦାନରେ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ରଣାଙ୍ଗନରେ ଥିଲେ ମୋଟ ୬ ଜଣ। ସେହିପରି ତିର୍ତ୍ତୋଲରେ ମଧ୍ୟ ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ମୋଟ ୯ ପ୍ରାର୍ଥୀ ଥିଲେ ମୈଦାନରେ।

Related story