ଏଣିକି ଅଧ୍ୟାପକ ଠକିଲେ ଫସିବେ, କଠୋର ହେଲା ଉଚ୍ଚଶିକ୍ଷା ବିଭାଗ

Ordigital Desk
  • Published: Saturday, 16 December 2017
  • , Updated: 16 December 2017, 08:37 AM IST
<p>ଭୁବନେଶ୍ୱର: ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ଅଧ୍ୟାପକଙ୍କ ଉପରେ କଟକଣା ଲାଗିବ। ରାଜ୍ୟର ସମସ୍ତ ସରକାରୀ କଲେଜରେ ବାୟୋମେଟ୍ରିକ୍ ମେସିନ୍ ଲାଗିବ। ରାଜ୍ୟର ସମସ୍ତ ସରକାରୀ କଲେଜରେ ୨ଟି ଲେଖାଏଁ ବାୟୋମେଟ୍ରିକ ମେସିନ୍&zwnj; ଲଗାଇବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ବିଜ୍ଞପ୍ତି ଜାରି କରିବା ସହ ଏହି ସମସ୍ତ ବ୍ୟବସ୍ଥାର ତଦାରଖ କରିବେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ। ଏଥିଲାଗି ମୋଟ ୨୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।</p> <p>ରାଜ୍ୟର ସରକାରୀ କଲେଜ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଓ ଆଧୁନିକୀକରଣ ପାଇଁ ୭ କୋଟି ଟଙ୍କା ବିନିଯୋଗ କରାଯାଇଛି। ବ୍ୟୟବରାଦ ହୋଇଥିବା ଏହି ୭କୋଟି ଟଙ୍କା ମଧ୍ୟରୁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପାଇଁ ୨୦ ଲକ୍ଷ&nbsp; ଟଙ୍କା ଖର୍ଚ୍ଚ ହେବ। ଏହାସହ ଇନଫର୍ମେସନ ଏବଂ କମ୍ୟୁନିକେଶନ ଟେକ୍ନୋଲଜି କ୍ଲାସରୁମ ବ୍ୟବସ୍ଥା କରିବାକୁ&nbsp; ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସମସ୍ତ କଲେଜରେ ୱାଇ ଫାଇ ସହ ହାଇସ୍ପିଡ୍ ଇଣ୍ଟରନେଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ ଡିଜିଟାଲ ଜର୍ନାଲ ଲାଗି୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରବାକୁ ନିଷ୍ପତ୍ତି ହୋଇଛି। ଟେକ୍ସ ବହି କିଣିବାକୁ ୧କୋଟି ୭୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।</p> <p>ରାଜ୍ୟର ୫୦ଟି ସରକାରୀ କଲେଜକୁ ଏହି ଅର୍ଥ ଦିଆଯିବ। ୧ ହଜାରରୁ ଅଧିକ ସଂଖ୍ୟା ଛାତ୍ର ଥିବା କଲେଜକୁ ୫ ଲକ୍ଷ, ୫୦୦ରୁ ୧୦୦୦ ମଧ୍ୟରେ ଛାତ୍ର ଥିବା କଲେଜକୁ ୪ ଲକ୍ଷ ଏବଂ ୫୦୦ରୁ କମ୍&zwnj; ଛାତ୍ରଛାତ୍ରୀ ଥିବା କଲେଜକୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବାକୁ ନିଷ୍ପତ୍ତି ହୋଇଛି।</p> <p>&amp;nbsp;</p>

Related story