ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରଚାର ଜୋର୍ ଧରିଲାଣି। ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ୍‌ର ଟାର୍ଗେଟ୍‌ରେ ରହିଛି ବିଜେଡିା ପ୍ରଥମେ ବାଲେଶ୍ୱର ସ୍ଥିତି ଜାଣନ୍ତୁ, ଏଠାରେ ଆଜି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ। ବାଲେଶ୍ୱର ସହରର ଗୋଳା ପୋଖରୀଠାରୁ ସିନେମା ହଲ୍ ପର୍ଯ୍ୟନ୍ତ […]

789

Tapas Behera
  • Published: Tuesday, 20 October 2020
  • , Updated: 20 October 2020, 09:36 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ପ୍ରଚାର ଜୋର୍ ଧରିଲାଣି। ମୈଦାନରେ କ୍ୟାଂପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ୍‌ର ଟାର୍ଗେଟ୍‌ରେ ରହିଛି ବିଜେଡିା
ପ୍ରଥମେ ବାଲେଶ୍ୱର ସ୍ଥିତି ଜାଣନ୍ତୁ, ଏଠାରେ ଆଜି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ। ବାଲେଶ୍ୱର ସହରର ଗୋଳା ପୋଖରୀଠାରୁ ସିନେମା ହଲ୍ ପର୍ଯ୍ୟନ୍ତ ସେମାନେ ପଦଯାତ୍ରା କରିଥିଲେ। ବାଲେଶ୍ୱରରେ ରିଙ୍ଗରୋଡ୍ ଓ ଅନ୍ୟାନ୍ୟ ସମସ୍ୟା ଉଠାଇ ବିଜେଡିକୁ ଟାର୍ଗେଟ୍ କରିଥିଲେ।

ସେପଟେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାଶ ଓ୍ୱାର୍ଡ ନମ୍ବର ୪ ଓ ୫ରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ତେଣେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଆଜି ବାଲେଶ୍ୱର ସଦର ବ୍ଲକ୍ ସାର୍ଥା ପଂଚାୟତ ଓ ସହରରେ ବି ପ୍ରଚାର କରିଥିଲୋ

ତିର୍ତ୍ତୋଲରରେ ମଧ୍ୟ ଜମିଛି ପ୍ରଚାର। ବିଭିନ୍ନ ପଂଚାୟତରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ସେ ଭୋଟ୍ ଭିକ୍ଷା କରୁଛନ୍ତି। ସେହି ତିର୍ତ୍ତୋଲ ବ୍ଲକ୍‌ରେ, ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ସହ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଶାନ୍ତ ମୁଦୁଲି ପ୍ରଚାର କରିଥିଲେ। ଏଠାରେ ପଥପ୍ରାନ୍ତ ସଭା ଓ କର୍ମୀ ସମ୍ମିଳନୀ ବି କରିଛି ଦଳ।

କଂଗ୍ରେସ୍ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଆଜି ରଘୁନାଥପୁର ବ୍ଲକରେ ପ୍ରଚାର କରି ନିଜ ପାଇଁ ଭୋଟ୍ ମାଗିଥିଲେ। ଦିନକ ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସ୍‌ର ବରିଷ୍ଠ ନେତା। ୨୨ରେ ବାଲେଶ୍ୱର ଓ ୨୩ରେ ତିର୍ତ୍ତୋଲରେ ପ୍ରଚାର କରିବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ।

ସେହିଭଳି ୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ରୋଡ୍ ଶ’ ଓ ସଭା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଭୟ ସିଟ୍‌ରେ ଆସନ୍ତା ୩ ତାରିଖରେ ଭୋଟ୍ ଗ୍ରହଣ ହୋଇ ୧୦ ତାରିଖରେ ଫଳ ପ୍ରକାଶ ପାଇବ।

Related story