ଷ୍ଟାର ପ୍ରଚାର ତାଲିକାରେ ନବୀନ, ଧର୍ମେନ୍ଦ୍ର ଓ ପ୍ରତାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ୱର ୩ରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସେଥିପାଇଁ ପ୍ରାର୍ଥୀମାନେ ପ୍ରାୟତଃ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି। ଏପରିକି ପ୍ରାର୍ଥୀମାନେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି। ତେବେ ଏହି ପ୍ରଚାରକୁ ଜୋରଦାର କରିବା ପାଇଁ ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି ଆଜି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକ ଥିବା ବେଳେ ବିଜେପିରେ ରାଜ୍ୟ […]

naveen

naveen

Manoranjan Sial
  • Published: Friday, 16 October 2020
  • Updated: 17 October 2020, 04:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ୱର ୩ରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସେଥିପାଇଁ ପ୍ରାର୍ଥୀମାନେ ପ୍ରାୟତଃ ପ୍ରାର୍ଥିପତ୍ର ଦାଖଲ କରିସାରିଲେଣି। ଏପରିକି ପ୍ରାର୍ଥୀମାନେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି। ତେବେ ଏହି ପ୍ରଚାରକୁ ଜୋରଦାର କରିବା ପାଇଁ ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି ଆଜି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକ ଥିବା ବେଳେ ବିଜେପିରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ଅଛନ୍ତି।

ବିଜେଡିରୁ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂ, ନବ ଦାସ, ରାଜଶ୍ରୀ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ, ନିରଞ୍ଜନ ପୂଜାରୀ, ସମୀର ଦାଶ, ପ୍ରେମାନନ୍ଦ ନାୟକ, ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ର ଜେନା, ଜୀବନ ପ୍ରଦୀପ ଦାସ, ମୁନ୍ନା ଖାଁ, ଆକାଶ ଦାସ ନାୟକ, ଅରିନ୍ଦମ ରାୟ, ଦେବାଶିଷ ସାମନ୍ତରାୟ ଓ କୁନା ତ୍ରିପାଠୀ ରହିଛନ୍ତି।

ସେହିପରି ବିଜେପିରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ସମୀର ମହାନ୍ତି, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ୍ତ ନାଏକ, ସୌଦାନ ସିଂ, ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ସମ୍ୱିତ ପାତ୍ର, ବିଷ୍ଣୁ ସେଠୀ, ମୋହନ ମାଝି, ବିଜୟ ମହାପାତ୍ର, ସୁକାନ୍ତ ନାୟକ, ପ୍ରକାଶ ମିଶ୍ର, ରଘୁନାଥ ମହାନ୍ତି, କେଭି ସିଂହଦେଓ, ଖାରବେଳ ସ୍ୱାଇଁ,  ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଭ୍ରୁଗୁ ବକ୍ସିପାତ୍ର, ସୁକାନ୍ତ ନାୟକ, ଜୟନାରାୟଣ ମହାନ୍ତି, ପଦ୍ମଲୋଚନ ପଣ୍ଡା, ବିଭୁପ୍ରସାଦ ତରାଇ, ଗୋଲକ ମହାପାତ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos