ସି-ସୋର ଚିଟଫଣ୍ଡ ଲିଙ୍କ୍‌ ଘଟଣାରେ ସିବିଆଇ ଯାହାକୁ ଚାହିଁବ ଜେରା କରି ପାରିବ: ଡିଜିପି

ଭୁବନେଶ୍ୱର: ସି-ସୋର ଚିଟଫଣ୍ଡ ଲିଙ୍କରେ ଦୁଇ ଆଇପିଏସ୍‌ଙ୍କୁ ଜେରା କରାଯିବା ଘଟଣା ସିବିଆଇର ଆଭ୍ୟନ୍ତରୀଣ ବ୍ୟାପାର। ସିବିଆଇ ଯାହାକୁ ଚାହିଁବ ଜେରା କରି ପାରିବ ବୋଲି କହିଛନ୍ତି ପୋଲିସ ଡିଜି କେ.ବି. ସିଂ। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଗତକାଲି ଦୁଇ ଆଇପିଏସ୍‌ ଆର.ପି. କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କୁ ସିବିଆଇ ଜେରା କରିଥିଲା। କୋଚେ ଏକଥା ନିଜେ ସ୍ୱୀକାର କରିବା ସହ ଜେରା ସମୟରେ ଚିଟଫଣ୍ଡ କାରବାର ସମ୍ପର୍କରେ ସିବିଆଇ ତାଙ୍କୁ ପଚରାଉଚୁରା କରିଥିବା ସେ କହିଥିଲେ। […]

bk

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 08:25 AM IST

ଭୁବନେଶ୍ୱର: ସି-ସୋର ଚିଟଫଣ୍ଡ ଲିଙ୍କରେ ଦୁଇ ଆଇପିଏସ୍‌ଙ୍କୁ ଜେରା କରାଯିବା ଘଟଣା ସିବିଆଇର ଆଭ୍ୟନ୍ତରୀଣ ବ୍ୟାପାର। ସିବିଆଇ ଯାହାକୁ ଚାହିଁବ ଜେରା କରି ପାରିବ ବୋଲି କହିଛନ୍ତି ପୋଲିସ ଡିଜି କେ.ବି. ସିଂ।

ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଗତକାଲି ଦୁଇ ଆଇପିଏସ୍‌ ଆର.ପି. କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କୁ ସିବିଆଇ ଜେରା କରିଥିଲା। କୋଚେ ଏକଥା ନିଜେ ସ୍ୱୀକାର କରିବା ସହ ଜେରା ସମୟରେ ଚିଟଫଣ୍ଡ କାରବାର ସମ୍ପର୍କରେ ସିବିଆଇ ତାଙ୍କୁ ପଚରାଉଚୁରା କରିଥିବା ସେ କହିଥିଲେ। ଏକ ଗୁପ୍ତ ସ୍ଥାନରେ କୋଚେଙ୍କୁ  ସି-ସୋର ଚିଟଫଣ୍ଡ ବିଷୟରେ ସିବିଆଇ ପଚରାଉଚୁରା କରିଥିଲା।

ସି-ସୋର ବିଭିନ୍ନ ସ୍କିମ୍ ମାଧ୍ୟମରେ ଜମାକାରୀଙ୍କଠାରୁ ୫୫୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସମେତ ତିନି ଜଣ ଜେଲରେ ଅଛନ୍ତି। ପୂର୍ବରୁ ସି-ସୋର ଲିଙ୍କ୍ ନେଇ ସାସଂଦ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ଏହାଛଡ଼ା ପାୱାର କରିଡରର ଜଣାଶୁଣା ବ୍ୟକ୍ତି ସରୋଜ ସାହୁ ବି ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଓ ସତୀଶ ଗଜଭିୟେଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।

Related story