ନବୀନଙ୍କ ବିରୋଧରେ ମୁସଲିମଙ୍କ ପ୍ରଥମ ମେଳି: ଦୋମୁହାଁ ନୀତି ପାଇଁ କଲେ ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ବିଲକୁ ସଂସଦରେ ସମର୍ଥନ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମୁସଲିମ୍ ସମୁଦାୟ ଲୋକେ ରାଜଧାନୀ ଭୁବନେଶ୍ୱରରେ ଏକଜୁଟ ହୋଇ ନାଗରିକ ସଂଶୋଧନ ବିଲକୁ ନବୀନଙ୍କ ସମର୍ଥନକୁ ତୀବ୍ର ନିନ୍ଦା କରିବା ସହ ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆଜି ମୁସଲିମ୍ ସମୁଦାୟଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମକୁ ମଧ୍ୟ ଚାଷୀ, ଛାତ୍ର ଓ […]

mmm

mmm

Manoranjan Sial
  • Published: Tuesday, 17 December 2019
  • Updated: 17 December 2019, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ବିଲକୁ ସଂସଦରେ ସମର୍ଥନ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମୁସଲିମ୍ ସମୁଦାୟ ଲୋକେ ରାଜଧାନୀ ଭୁବନେଶ୍ୱରରେ ଏକଜୁଟ ହୋଇ ନାଗରିକ ସଂଶୋଧନ ବିଲକୁ ନବୀନଙ୍କ ସମର୍ଥନକୁ ତୀବ୍ର ନିନ୍ଦା କରିବା ସହ ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଆଜି ମୁସଲିମ୍ ସମୁଦାୟଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମକୁ ମଧ୍ୟ ଚାଷୀ, ଛାତ୍ର ଓ ଦଳିତ ସମାଜ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ମୁସଲିମ୍ ସମୁଦାୟ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଥିବାବେଳେ ନବୀନଙ୍କ ଧର୍ମନିରପେକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହାସହିତ ମୁସଲିମ୍ ସମୁଦାୟଙ୍କୁ ନିଜସହ ରଖି ଏଭଳି ପ୍ରତିବାଦକୁ ଚପାଇବା ନିମନ୍ତେ ବିଜେଡି କରିଥିବା ଉଦ୍ୟମ ମଧ୍ୟ ଫେଲ୍ ମାରିଛି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ମୁସଲିମ୍ ସମୁଦାୟର ଲୋକମାନେ ଆଜି ଭୁବନେଶ୍ୱର ସତ୍ୟନଗର ମସଜିଦଠୁ ଏକ ବିଶାଳ ର‌୍ୟାଲିରେ ପିଏମଜି ପର୍ଯ୍ୟନ୍ତ ଯାଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ନାଗରିକତା ସଂଶୋଧନ ବିଲକୁ ଅସମ୍ବିଧାନିକ ଓ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି ଜଣାଇଥିଲେ। ନାଗରିକ ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିଥିବାରୁ ମୁସଲିମ୍ ସମୁଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖାଯାଇ ତାଙ୍କୁ ୨୦୦୯ ମସିହାରେ ସେ ଦେଇଥିବା ବୟାନ ସମ୍ପର୍କରେ ସ୍ମରଣ କରାଇ ଦେଇଛନ୍ତି।

ନବୀନ ତାଙ୍କର ପ୍ରତ୍ୟେକଟି ହାଡ଼ ଧର୍ମନିରପେକ୍ଷ ବୋଲି କହିଥିବାବେଳେ ସେ ବିଜୁବାବୁଙ୍କ ପୁଅ ଭାବେ ନିଜର ଧର୍ମନିରପେକ୍ଷତାକୁ ବଜାୟ ରଖନ୍ତୁ ବୋଲି ଦାବି କରିଥିଲେ। ଏହି ନାଗରିକ ସଂଶୋଧନ ଆଇନକୁ ଓଡ଼ିଶାରେ ଲାଗୁ ନକରିବା ପାଇଁ ମୁସଲିମ୍ ସମୁଦାୟ ପକ୍ଷରୁ ଦାବି କରାଯାଇଛି। ନାଗରିକ ଆଇନକୁ ରଦ୍ଦ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିବାକୁ ନବୀନ ପଟ୍ଟନାୟକ ପଦକ୍ଷେପ ନିଅନ୍ତୁ ବୋଲି ମୁସଲିମ ସମୁଦାୟ ପକ୍ଷରୁ ଦାବି ହୋଇଛି।

ମୁସଲିମ୍ ସମୁଦାୟର ନେତା ମୌଲାନା ମିରାଜ ଅହମ୍ମଦ କହିଛନ୍ତି ଯେ, ନାଗରିକ ସଂଶୋଧନ ଆଇନ ଓ ଏନଆରସିକୁ ବିରୋଧ ପାଇଁ ରାଜ୍ୟରେ ସବୁ ଧାର୍ମିକ ସମୁଦାୟର ଲୋକଙ୍କୁ ନେଇ ୧୩ଜଣିଆ କମିଟି ଗଠନ କରାଯିବ। ନାଗରିକ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ନିଆଁ ଜଳୁଛି। ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟବେଳେ ପୂର୍ଣ୍ଣ ସମର୍ଥନ ଦେଇଥିଲୁ । ତାଙ୍କଠୁ ମଧ୍ୟ ଆଶା ରଖିଥିଲୁ। କିନ୍ତୁ ସେ ବିଲକୁ ସଂସଦରେ ସମର୍ଥନ କରି ଲକ୍ଷଲକ୍ଷ ମୁସଲିମ୍ ଭାଇଭଉଣୀଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି।
ସେହିପରି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ସମାଜସେବୀ ଜିତେନ୍ଦ୍ର ବିଶ୍ୱାଳ, ଛାତ୍ର ନେତ୍ରୀ ସଂଘମିତ୍ରା ଜେନା, ନବନିର୍ମାଣ କୃଷକ ସଂଗଠନର ଉମାକାନ୍ତ ଭାରତ ପ୍ରମୁଖ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ମନିରପେକ୍ଷ ଦାବିକୁ ମଧ୍ୟ ସମାଲୋଚନା କରିଥିଲେ।

ସୂଚନାଯୋଗ୍ୟ, ସଂସଦରେ ନାଗରିକ ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବାକୁ ନେଇ ଚାରିଆଡ଼େ ସମାଲୋଚନା ହେବାପରେ ବିଜେଡି ପକ୍ଷରୁ ଯାଜପୁର, ବାଲେଶ୍ୱର ଓ ଭଦ୍ରକର ମୁସଲିମ୍ ନେତାମାନଙ୍କୁ ଭୁବନେଶ୍ୱର ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ କରାଯାଇଥିଲା। ନାଗରିକ ସଂଶୋଧନ ବିଲକୁ ସମର୍ଥନ କରି ନିଜର ଧର୍ମନିରପେକ୍ଷ ଚେହେରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ନବୀନ ଏହି ବୈଠକ ମାଧ୍ୟମରେ ମୁସଲିମ୍ ସମୁଦାୟକୁ ସନ୍ତୁଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ। କିନ୍ତୁ ଦୀର୍ଘ ୨ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ମୁସଲିମ୍ ସମୁଦାୟର ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ନବୀନଙ୍କ ନୀତିକୁ ସମାଲୋଚନା କରିବା ସହ ନବୀନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story