ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।
ପ୍ରଥମେ ଅପରାହ୍ନ ୫ଟାରେ ବସିବ ଐତିହ୍ୟ କ୍ୟାବିନେଟ ବୈଠକ। ପରେ କୃଷି କ୍ୟାବିନେଟ ୫ଟା ୧୫ରେ ବସିବ । ଏବଂ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ ମିନିଟରେ ବସିବ। ଐତିହ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।
କୋଭିଡ୍ ମହାମାରୀ ସମୟରେ କୃଷି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ କୃଷି କ୍ୟାବିନେଟ ବୈଠକ ଚାଷୀ ଓ ଚାଷ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏଥିରେ କୃଷି, ରାଜସ୍ୱ, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଯୋଗ ଦେବେ ।
ସେହିପରି ତୃତୀୟ ସାଧାରଣ କ୍ୟାବିନେଟ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇପାରନ୍ତି ସରକାର । ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୧୯୮୯କୁ ସଂଶୋଧନ କରିପାରନ୍ତି ସରକାର। ଏହି ୩ କ୍ୟାବିନେଟ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବ ବୋଲି ସୂଚନା ମିଳିଛି ।