ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଏକ ସମ୍ବେଦନଶୀଳ ଘଟଣା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ମୃତ୍ୟୁବରଣ କରିବା ଓ ଡିଏନ୍ଏ ପରୀକ୍ଷାରେ ଅସାମଞ୍ଜସ୍ୟ ଦେଖାଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହା ଶୁଭ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ରେ ଲେଖିଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି, ଗୃହ ବିଭାଗର ପୁଲିସ୍ ଓ ଜେଲ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ସଠିକ ଉତ୍ତର ରଖିବା ଦରକାର। ଏହି ଘଟଣାରେ ଶାସନ ବ୍ୟବସ୍ଥାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଉତ୍ତର ରଖିବା ଦରକାର। ପ୍ରଜାତନ୍ତ୍ରରେ ଉତ୍ତରଦାୟିତ୍ତ୍ୱର ମହତ୍ତ୍ୱ ରହିଛି। ତଦନ୍ତର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
https://twitter.com/dpradhanbjp/status/1605840260331626496?s=20&t=z3Wnt9vSCDeru42A_iSNeg
ସନ୍ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ। ଦୁଇ ଦିନ ତଳେ ସେ ଜେଲ୍ରେ ଆତ୍ମହତ୍ୟା କରିଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଗୋବିନ୍ଦ କେମିତି ଆତ୍ମହତ୍ୟା କଲା? ତା’ ଆତ୍ମହତ୍ୟାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରିବାର ଲୋକ ମଧ୍ୟ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ।
https://twitter.com/dpradhanbjp/status/1605840267499737088?s=20&t=z3Wnt9vSCDeru42A_iSNeg
ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା ଜଟିଳ ହେବା ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜି ଜେଲ୍କୁ ଯାଇ ସୁଇସାଇଡ୍ ମିଷ୍ଟ୍ରିର ଖୋଳତାଡ଼ କରୁଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯାଇଥିବା ୧୦ ଜଣିଆ ଟିମ୍ ଉପ କାରାଗାର ଯାଇ ଜେଲ୍ ଡିଆଇଜି ଅନୁସୂୟ ଜେନାଙ୍କ ଉପସ୍ଥିତିରେ ତଦନ୍ତ ଚଳାଇଛି। ଯେଉଁଥିରେ ସାମିଲ ଅଛନ୍ତି ଫରେନ୍ସିକ ଓ ସାଇବର ଏକ୍ସପର୍ଟ। ତେବେ ସ୍ୱାଭାବିକ ଆଚରଣ କରୁଥିବା ଅଭିଯୁକ୍ତ ଗୋବିନ୍ଦ ଜୀବନ ହାରିଦେଲା କାହିଁକି ? ଗୋବିନ୍ଦ ମୃତ୍ୟୁର କଠିନ ରାସ୍ତା ବାଛିବା ପଛରେ କ’ଣ ରହିଛି ରହସ୍ୟ? ମୃତ୍ୟୁର ପରେ ମଧ୍ୟ ସାମ୍ନାକୁ ଆସିନି ପୂରା ତଥ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।