ସିଏଜି ରିପୋର୍ଟ: ୨୦୦୮ରୁ ୨୦୧୩ରେ ଟ୍ୱିନ୍ ସିଟିରେ ଅପରାଧ ହାର ୫୦ ପ୍ରତିଶତ ବଢିଛି

ଭୁବନେଶ୍ୱର: କଟକ ଭୁବନେଶ୍ୱର ଟ୍ୱିନ୍ ସିଟିରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଗଠିତ ପୋଲିସ କମିଶନରେଟ ବ୍ୟବସ୍ଥାକୁ ନେଇ ସିଏଜି ତାଙ୍କ ରିପୋର୍ଟ ଦେଇଛନ୍ତି। କମିଶନରେଟ ପୋଲିସ ବ୍ୟବସ୍ଥାର କାର୍ଯ୍ୟ ଦକ୍ଷତା ନିର୍ଣ୍ଣୟ ନେଇ କୌଣସି ପାରାମିଟର ନ ଥିବାରୁ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହୋଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କମିଶନରେଟ ବ୍ୟବସ୍ଥା ସତ୍ତ୍ୱେ ୨୦୦୮ ରୁ ୨୦୧୩ ମଧ୍ୟରେ ଅପରାଧ ହାର ଏକ ହଜାର ଜନସଂଖ୍ୟାରେ ୩ ଥିଲା […]

cag

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 03:01 PM IST

ଭୁବନେଶ୍ୱର: କଟକ ଭୁବନେଶ୍ୱର ଟ୍ୱିନ୍ ସିଟିରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଗଠିତ ପୋଲିସ କମିଶନରେଟ ବ୍ୟବସ୍ଥାକୁ ନେଇ ସିଏଜି ତାଙ୍କ ରିପୋର୍ଟ ଦେଇଛନ୍ତି। କମିଶନରେଟ ପୋଲିସ ବ୍ୟବସ୍ଥାର କାର୍ଯ୍ୟ ଦକ୍ଷତା ନିର୍ଣ୍ଣୟ ନେଇ କୌଣସି ପାରାମିଟର ନ ଥିବାରୁ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହୋଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କମିଶନରେଟ ବ୍ୟବସ୍ଥା ସତ୍ତ୍ୱେ ୨୦୦୮ ରୁ ୨୦୧୩ ମଧ୍ୟରେ ଅପରାଧ ହାର ଏକ ହଜାର ଜନସଂଖ୍ୟାରେ ୩ ଥିଲା । ଯାହା ରାଜ୍ୟର ଅପରାଧ ହାରଠାରୁ ୫୦ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ସଠିକ ସମୟରେ ଗୁଇନ୍ଦା ସୂଚନା ପାଇବା, ପ୍ରଭାବି ପାଟ୍ରୋଲିଂ ସହ କମ୍ୟୁନିଟ ପୋଲିସିଂରେ ଆବଶ୍ୟକ

ଉନ୍ନତି କରିବା ପାଇଁ  ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ, ଭାରତ ସରକାରଙ୍କ ମାନଦଣ୍ଡ ଅନୁସାରେ ଥାନାଗୁଡିକରେ କର୍ମଚାରୀ ଅଭାବ ଓ ତଦନ୍ତ ବିଭାଗ ଆଇନ ଶୃଙ୍ଖଳାଠାରୁ ଅଲଗା ନ ହେବା ଦ୍ୱାରା କମିଶନରେଟ ପୋଲିସର କାର୍ଯ୍ୟ ସଠିକ୍ ଭାବେ ହୋଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Related story