କାଲି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ । ଏନେଇ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି। ସେ  କହିଛନ୍ତି ଯେ, ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ବିଜେଡି ଓ କଂଗ୍ରେସ ବିଜେପୁର ଲାଗି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି କାହାକୁ ମଇଦାନକୁ ଓହ୍ଲାଇବ, ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି। […]

bjp.999

Tapaswini Nayak
  • Published: Saturday, 28 September 2019
  • , Updated: 28 September 2019, 02:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ । ଏନେଇ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି। ସେ  କହିଛନ୍ତି ଯେ, ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ।

ବିଜେଡି ଓ କଂଗ୍ରେସ ବିଜେପୁର ଲାଗି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି କାହାକୁ ମଇଦାନକୁ ଓହ୍ଲାଇବ, ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି।

ଗତ ନିର୍ବାଚନରେ ସନତ ଗଡ଼ତିଆଙ୍କୁ ବିଜେପି ନିଜ ପ୍ରାର୍ଥୀ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡିର ପ୍ରାର୍ଥୀ ହେବା ସତ୍ତ୍ୱେ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସନତ। ତେଣୁ ତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିବାର ସମ୍ଭାବନା ଅଛି। ତାଙ୍କ ନାଁରେ ନାମାଙ୍କନ ପତ୍ର ମଧ୍ୟ କିଣାଯାଇଛି। ତେଣୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।

Related story