ରାଜା ରାମଚନ୍ଦ୍ର ମୁନିପାଳ କଲେ ଛେରା ପହଁରା, ଗଡ଼ିଲା ରଥ

ଅନୁଗୁଳ(ଓଡ଼ିଶା ରିପୋର୍ଟର):ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା ପହଁରା ନୀତି କରିଥିଲେ। ଅପରାହ୍ନ ୪ ଟାରେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ସହ ରଥାରୂଢ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରଙ୍କର ଦର୍ଶନ କରିଥିଲେ। ରାଜା ରାଜୁଡା ସମୟରୁ ଏଠାରେ […]

579-1

Tapas Behera
  • Published: Thursday, 04 July 2019
  • , Updated: 04 July 2019, 05:11 PM IST

ଅନୁଗୁଳ(ଓଡ଼ିଶା ରିପୋର୍ଟର):ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା ପହଁରା ନୀତି କରିଥିଲେ।

ଅପରାହ୍ନ ୪ ଟାରେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ସହ ରଥାରୂଢ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରଙ୍କର ଦର୍ଶନ କରିଥିଲେ। ରାଜା ରାଜୁଡା ସମୟରୁ ଏଠାରେ ରଥ ଯାତ୍ରା ପାଳିତ ହୋଇ ଆସୁଛି। ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ରଥଯାତ୍ରା ଦେଖିବାକୁ  ପ୍ରାୟ ୨୦,୦୦୦ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପାଲଲହଡା ବିଧାୟକ ମୁକେଶ ପାଲ, ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ।

Related story