ଘୋଷଯାତ୍ରା ପୂର୍ବରୁ ୩୩ ଅସୁରକ୍ଷିତ କୋଠା ଭାଙ୍ଗିବାକୁ ନୋଟିସ୍‌

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ପୁରୀରେ ଚିହ୍ନଟ ୩୩ଟି ଅସୁରକ୍ଷିତ କୋଠା ଭାଙ୍ଗିବାକୁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ। ପୂର୍ତ୍ତ ବିଭାଗର ଇଞ୍ଜିନିୟରଙ୍କ ଦ୍ୱାରା ଯାଞ୍ଚ କରାଯାଇ ଅସୁରକ୍ଷିତ କୋଠାଗୁଡିକୁ ଚିହ୍ନଟ କରାଯାଇଥିଲା। ଏଗୁଡିକ ମଧ୍ୟରେ ଦେବସ୍ନାନ ମଣ୍ଡପ ନିକଟରେ ଥିବା ମଙ୍ଗୁଳି ମଠ ଓ ଅର୍ଣ୍ଣପୁର୍ଣ୍ଣା ଥିଏଟର ଭଳି ଅନେକ ପୁରାତନ କୋଠା ରହିଛି। ତେବେ ପ୍ରଶାସନର ଏ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ପୁରୁଣା କୋଠାଗୁଡିକର ସଂରକ୍ଷଣ ନ କରି ଏହାକୁ ଭାଙ୍ଗି ଦେବା ନିଷ୍ପତ୍ତି […]

jagannath_puri

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 07:47 PM IST

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ପୁରୀରେ ଚିହ୍ନଟ ୩୩ଟି ଅସୁରକ୍ଷିତ କୋଠା ଭାଙ୍ଗିବାକୁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ। ପୂର୍ତ୍ତ ବିଭାଗର ଇଞ୍ଜିନିୟରଙ୍କ ଦ୍ୱାରା ଯାଞ୍ଚ କରାଯାଇ ଅସୁରକ୍ଷିତ କୋଠାଗୁଡିକୁ ଚିହ୍ନଟ କରାଯାଇଥିଲା। ଏଗୁଡିକ ମଧ୍ୟରେ ଦେବସ୍ନାନ ମଣ୍ଡପ ନିକଟରେ ଥିବା ମଙ୍ଗୁଳି ମଠ ଓ ଅର୍ଣ୍ଣପୁର୍ଣ୍ଣା ଥିଏଟର ଭଳି ଅନେକ ପୁରାତନ କୋଠା ରହିଛି।

ତେବେ ପ୍ରଶାସନର ଏ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ପୁରୁଣା କୋଠାଗୁଡିକର ସଂରକ୍ଷଣ ନ କରି ଏହାକୁ ଭାଙ୍ଗି ଦେବା ନିଷ୍ପତ୍ତି ଠିକ୍ ନୁହେଁ ବୋଲି କୁହାଯାଇଛି। ପ୍ରତିବାଦରେ ଅଦାଲତର ଆଶ୍ରୟ ନେବାକୁ ମଙ୍ଗୁଳି ମଠ ଓ ଅର୍ଣ୍ଣପୂର୍ଣ୍ଣା ଥିଏଟର ପକ୍ଷରୁ ଧମକ ଦିଆଯାଇଛି। କିଛି କୋଠାକୁ ନେଇ ବିଭିନ୍ନ କୋର୍ଟରେ ମାମଲା ଚାଲିଥିବାରୁ ଏହାର ଫଏସଲା ପାଇଁ ଚେଷ୍ଠା କରାଯାଉଥିବା ଉପଜିଲ୍ଲାପାଳ କହିଛନ୍ତି।

Related story