କଲଭର୍ଟରେ ପିଟିହେଲା କାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ ଜଣେ ଶିଶୁ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ […]

bhadrak00ooooooooo

Tapaswini Nayak
  • Published: Monday, 09 March 2020
  • , Updated: 09 March 2020, 12:41 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ ଜଣେ ଶିଶୁ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ଆହତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଆଜି ସକାଳେ ସୋର କଲେଜ ଛକ ନିକଟରେ ଏକ ଅଟୋକୁ  ଟ୍ରକ୍‌  ଧକ୍କା ଦେବାରୁ  ଅଜାର ମୃତ୍ୟୁ ଘଟିଥିଲା ବେଳେ ଆଈ, ନାତି ଓ ଅଟୋ ଡ୍ରାଇଭର ଗୁରୁତର ହୋଇଥିଲେ।

Related story