ଡିଭାଇଡର୍‌ରେ ପିଟି ହେଲା କାର୍‌, କୁହୁଡ଼ିକୁ ଦେଲେ ଦୋଷ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ବାଇଁଚୁଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ ଏକ ଡିଭାଇଡ୍‌ରରେ ପିଟି ହୋଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। କୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତାରେ ଥିବା ଡିଭାଇଡରକୁ ଦେଖି ପାରି ନଥିଲେ ବୋଲି କୁହାଯାଉଛି। […]

car

Jitendra Garnayak
  • Published: Wednesday, 23 January 2019
  • , Updated: 23 January 2019, 10:28 AM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ବାଇଁଚୁଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ ଏକ ଡିଭାଇଡ୍‌ରରେ ପିଟି ହୋଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। କୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତାରେ ଥିବା ଡିଭାଇଡରକୁ ଦେଖି ପାରି ନଥିଲେ ବୋଲି କୁହାଯାଉଛି। ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲା।

ଏହି କାରଟି ପଶ୍ଚିମବଙ୍ଗର ଆସନସୋଲ୍‌ରୁ ପୁରୀ ଅଭିମୁଖେ ଯାଉଥିଲା।

Related story