ଭୁବନେଶ୍ୱରର ୨୨ ହସ୍ପିଟାଲରେ ମିଳିବ କରୋନା ଟିକା, ଜାଣନ୍ତୁ କେଉଁଠି ପାଇବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ଟିକା। ସେହିପରି ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ […]

ghggh

Tapas Behera
  • Published: Saturday, 27 February 2021
  • , Updated: 27 February 2021, 02:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ଟିକା। ସେହିପରି ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ।

ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ସୋମବାର ଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଂଜୀକରଣ କରିହେବ। ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ। ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଳିବ କହିଲେ କମିଶନର। ସେପଟେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରୁଥିବାରୁ ପଡ଼ୋଶୀ ୫ ରାଜ୍ୟ ଉପରେ ରଖିବାକୁ କୁହାଯାଇଛି। ମହାରାଷ୍ଟ୍ର,କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ନଜର ରଖାଯିବ।

ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ ଆସିବେ ସେମାନେ ବାଧ୍ୟତାମୂଳକ ସପ୍ତାହେ ହୋମ୍ ଆଇସୋଲେସନରେ ରହିବେ। ଏହି ରାଜ୍ୟ ଗୁଡିକରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ସମସ୍ତ ଯାତ୍ରୀ ୭ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ ହେବ। ଯଦି ଏହି ଅବଧି ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନେ ଆରଟି-ପିସିଆର ପରୀକ୍ଷା କରିବେ। ପଜିଟିଭ୍ ଚିହ୍ନଟ ହେଲେ, କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ। ଏହିସବୁ ରାଜ୍ୟରୁ ଫେରିଥିବା ବ୍ୟକ୍ତି, ବାହାରେ ବୁଲି ପାରିବେ ନାହିଁ, ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ। ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଳୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

 

Related story