‘୨ ଦିନ ମଧ୍ୟରେ ପାଉଣା ନ ମିଳିଲେ ରଥ ଖୋଲା ବନ୍ଦ’

ପୁରୀ(ଓଡ଼ିଶା ରିପୋର୍ଟର): ୨ ଦିନ ମଧ୍ୟରେ  ପାଉଣା ନ ଦେଲେ ରଥ ଖୋଲା ବନ୍ଦ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢା କଢାଯିବା ପରେ ପ୍ରାପ୍ୟକୁ ନେଇ ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ମୁଖ୍ୟ ମହାରଣାମାନେ।  ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମହାରଣା ସେବାୟତ । ରଥ ଚିରଟ କ୍ଷତିପୂରଣ ଓ ଦୁାରବେଢ଼ା କ୍ଷତିପୂରଣ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ରଥ ଚିରଟ ପାଇଁ କାଠ ପିଛା […]

puri

Niharika Rout
  • Published: Tuesday, 04 August 2020
  • , Updated: 04 August 2020, 02:14 PM IST

ପୁରୀ(ଓଡ଼ିଶା ରିପୋର୍ଟର): ୨ ଦିନ ମଧ୍ୟରେ  ପାଉଣା ନ ଦେଲେ ରଥ ଖୋଲା ବନ୍ଦ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢା କଢାଯିବା ପରେ ପ୍ରାପ୍ୟକୁ ନେଇ ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ମୁଖ୍ୟ ମହାରଣାମାନେ।  ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମହାରଣା ସେବାୟତ ।

ରଥ ଚିରଟ କ୍ଷତିପୂରଣ ଓ ଦୁାରବେଢ଼ା କ୍ଷତିପୂରଣ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ରଥ ଚିରଟ ପାଇଁ କାଠ ପିଛା ୨ ହଜାର ଓ ଦୁଆରବେଢ଼ା ପାଇଁ ୬ ଲକ୍ଷ ଟଙ୍କା ଦେବାକୁ ଜଣାଇଛନ୍ତି ।

ଅକ୍ଷୟ ତୃତୀୟା ଠାରୁ  ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ ବନ୍ଦ ରହିଲା ।  ସେ ସମୟର ମଜୁରୀ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ତାହା ମିଳିପାରି ନାହିଁ। ଏସବୁ ପ୍ରାପ୍ୟ ପାଉଣା ଦାବି ନେଇ ଅଡି ବସିଛନ୍ତି ମୁଖ୍ୟ ମହାରଣାମାନେ।

କମାର ସେବାୟତଙ୍କ ପ୍ରାପ୍ୟ କୁଡୁକା, କଳସ ପଟା, କଳସ ଟାଙ୍ଗିଆ, ଦୁଆରବତା,ଦୁଆର ବାଣିଆ ରହିଛି। ଯେହେତୁ ଚଳିତ ବର୍ଷ ରଥକୁ ଯୋଡାଯାଇ ପୁନଃ ନିର୍ମାଣ କରାଯାଉଛି ଏହି ପ୍ରାପ୍ୟ ପାଉଣା କିପରି ମିଳିବ ତାହାକୁ ନେଇ କମାର ସେବାୟତମାନେ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

Related story