ବିଧାୟକ ସାରଦା ନାୟକ ଓ ରମେଶ ଜେନାଙ୍କ ନାଁରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ୨ ବିଧାୟକଙ୍କ ନାଁରେ ନିର୍ବାଚନୀ ମାମଲା। ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ଆବେଦନ ହୋଇଛି। ସାନଖେମୁଣ୍ଡି […]

86

Tapas Behera
  • Published: Monday, 08 July 2019
  • , Updated: 08 July 2019, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ୨ ବିଧାୟକଙ୍କ ନାଁରେ ନିର୍ବାଚନୀ ମାମଲା। ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି। ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ଆବେଦନ ହୋଇଛି।

ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ନନ୍ଦିନୀ ଦେବୀ ମାମଲା କରିଛନ୍ତି। ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଆଣିଛନ୍ତି ନନ୍ଦିନୀ ଦେବୀ।

ଅପରାଧିକ ପୃଷ୍ଠଭୂମି ଥିଲେ ୩ ଥର ଗଣମାଧ୍ୟମରେ ଜଣାଇବା ନିର୍ଦ୍ଦେଶ ଥିଲା। ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମି ଜଣାଇନଥିବା ଅଭିଯୋଗ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ କରିଛନ୍ତି  ନନ୍ଦିନୀ ଦେବୀ। ସୂଚନା ଯୋଗ୍ୟ ଯେ, ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍‌ରେ  ପରାସ୍ତ କରିଥିଲେ।

Related story