ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ଡାକ୍ତର ଓ ନର୍ସଙ୍କ ବିରୋଧରେ ମାମଲା

ବାରିପଦା (ମାଣିକଲାଲ୍ ପାଣି): ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍ ଓ ହସ୍‌ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ଓ ଦୁଇ ନର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଚାନ୍ଦୁଆ ଥାନା ଚାଲୁଣିଆ ଗାଁର ଜଣେ ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ଡ୍ୟୁଟିରେ […]

baripada

Jitendra Garnayak
  • Published: Sunday, 09 June 2019
  • , Updated: 09 June 2019, 01:27 PM IST

ବାରିପଦା (ମାଣିକଲାଲ୍ ପାଣି): ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍ ଓ ହସ୍‌ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ଓ ଦୁଇ ନର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଚାନ୍ଦୁଆ ଥାନା ଚାଲୁଣିଆ ଗାଁର ଜଣେ ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତରଙ୍କୁ ଏ ବିଷୟରେ ଜଣାଇଥିଲେ। ତେବେ ବାରମ୍ବାର ଡାକିବା ସତ୍ତ୍ୱେ ଡାକ୍ତର କି ନର୍ସ, କେହି ସେମାନଙ୍କ କଥା ଶୁଣି ନଥିଲେ। ଶେଷ ମୁହୂର୍ତ୍ତରେ ଡାକ୍ତର ଆସି ଇଞ୍ଜେକ୍‌ସନ୍ ଦେଇଥିଲେ। ଇଞ୍ଜେକ୍‌ସନ୍ ଦେବା ପରେ ନାବାଳିକା ଜଣଙ୍କ ଅଚେତ ହୋଇଯାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଚିକିତ୍ସାରେ ଅବହେଳା ଯୋଗୁ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳେ ସଂପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ମେଡିକାଲ୍‌ ସାମ୍ନାରେ ମୃତଦେହ ରଖି ଧାରଣା ଦେଇଥିଲେ।

ଏନେଇ ବାରିପଦା ଟାଉନ୍ ଥାନା ଆଇଆଇସି ଅଶୋକ ନାୟକ କହିଛନ୍ତି,“ଡ୍ୟୁଟିରେ ଥିବା ଡାକ୍ତର ଚନ୍ଦନ କୁମାର ନାୟକ ଓ ତାଙ୍କ ଷ୍ଟାଫ୍ ନର୍ସଙ୍କ ନାଁରେ ଅଭିଯୋଗ ହୋଇଛି। ଏନେଇ ଆମେ ତଦନ୍ତ କରୁଛୁ। ତେବେ କାର୍ଯ୍ୟରେ ଅବହେଳା ହୋଇଥିବା ଜଣାପଡ଼ିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ଏ ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story