କଲେଜରୁ ପୁଅ ନିଖୋଜର ନାଟକ ରଚିଥିଲେ ବାପା, ମା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଟିଆର ଏକ ଘରୋଇ କଲେଜରୁ +୨ ଛାତ୍ର ନିଖୋଜ ଅଭିଯୋଗ ଘଟଣାକୁ ଅତିରଞ୍ଜିତ ଓ ନାଟକୀୟ ରୂପ ଦେଇଥିଲେ ତାର ବାପା, ମା। ଛାତ୍ର ନିଖୋଜ ନ ଥିଲେ। ଆଜି ପ୍ରେସମିଟ୍ କରି ଘଟଣାର ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି। ସେ କହିଛନ୍ତି, ଛାତ୍ର ନିଖୋଜ ନ ଥିବା ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ସବୁ ସ୍ପଷ୍ଟ ହୋଇଛି। ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ପ୍ରାୟ ୯୫ ହଜାର ବକେୟା ଥିଲା। […]

student

student

Niranjan Mishra
  • Published: Sunday, 28 August 2022
  • Updated: 29 August 2022, 08:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପଟିଆର ଏକ ଘରୋଇ କଲେଜରୁ +୨ ଛାତ୍ର ନିଖୋଜ ଅଭିଯୋଗ ଘଟଣାକୁ ଅତିରଞ୍ଜିତ ଓ ନାଟକୀୟ ରୂପ ଦେଇଥିଲେ ତାର ବାପା, ମା। ଛାତ୍ର ନିଖୋଜ ନ ଥିଲେ। ଆଜି ପ୍ରେସମିଟ୍ କରି ଘଟଣାର ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି।

ସେ କହିଛନ୍ତି, ଛାତ୍ର ନିଖୋଜ ନ ଥିବା ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ସବୁ ସ୍ପଷ୍ଟ ହୋଇଛି। ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ପ୍ରାୟ ୯୫ ହଜାର ବକେୟା ଥିଲା। ତେଣୁ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗିବାରୁ ସେ ସେଠାରେ ରହିବାକୁ ଚାହୁଁ ନଥିଲେ। ପରେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଛାତ୍ରଜଣଙ୍କ ସେଠାରୁ ପଳାଇ ଆସିଥିଲେ। ସେଠାରୁ ପଳାଇ ଆସି ଆଉ ଏକ ହୋଟେଲରେ ରହିଥିଲେ। ଏ ବାବଦରେ ପରିବାର ଲୋକେ ବି ସବୁ ଜାଣିଥିଲେ। ତାହା ପରଦିନ ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ। ଶିକ୍ଷାନୁଷ୍ଠାନକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ ବାପା ମା’। ସେଠାରୁ ଫେରି ପୁଅ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ। ପରେ ହୋଟେଲ୍ ରୁମ ଭଡ଼ା ଦେଇ ପୁଅକୁ ନେଇକି ଯାଇଥିଲେ। ଛାତ୍ରଙ୍କ ବାପା ମା’କୁ ଏ ବାବଦରେ ଡାକି ପଚରାଉଚରା କରାଯିବ କହିଛନ୍ତି ଏସିପି।

ସୂଚନା ଥାଉକି, ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରୁ ଜଣେ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଥିବା ଗତ ୨୭ ତାରିଖରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଛାତ୍ର ଜଣଙ୍କ ହେଲେ ହୃଦେଶ ପଣ୍ଡା। ତାଙ୍କୁ କଲେଜର ଚେୟାରମ୍ୟାନ ମାଡ଼ ମାରିଥିବା, କଲେଜରେ ରାଗିଂ କରାଯାଇଥିବା ଓ ହଷ୍ଟେଲରୁ ତଡ଼ି ଦିଆଯାଇଥିବା ବାପା ରାମକୃଷ୍ଣ ପଣ୍ଡା ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos