ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପୁଣି ଲେଉଟିଲା ସିବିଆଇ। ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ସକ୍ରିୟ ହୋଇ ଉଠିଛି ସିବିଆଇ। ବହୁଚର୍ଚ୍ଚିତ ଚିଟ୍ଫଣ୍ଡ ସ୍କାମ୍ ନେଇ ବିଜେଡିର ୨ ବରିଷ୍ଠ ନେତାଙ୍କୁ ନୋଟିସ୍ କରିଛି ସିବିଆଇ।
ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡ଼ିଛି। ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ କରିଥିବା ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଚିଟ୍ଫଣ୍ଡ ମାମଲାରେ କିଛି ବିଜେଡି ନେତା ଗିରଫ ହୋଇ ବେଲ୍ରେ ଆସିଥିବା ବେଳେ ଏକାଧିକ ନେତାଙ୍କୁ ଜେରା କରାଯାଇଛି।
CBI has sent notices for examination in an ongoing chit fund scam case to Biju Janta Dal leaders Arun Sahoo and Atanu Sabyasachi Nayak. pic.twitter.com/RsroTCqaDz
— ANI (@ANI) January 29, 2019