ଜମି ଜାଲିଆତି ଅଭିଯୋଗ: ଓଓଏ ଓ ଆର୍ଶୀବାଦଙ୍କ ଘରେ ସିବିଆଇ ଚଢ଼ାଉ

କଟକ: ଓଡିଶା ଅଲିମ୍ପିକ ଆସୋସିଏସନ ବା ଓଓଏରେ ଅଫିସରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବାରବାଟୀ ଜମି ଜାଲିଆତି ଘଟଣାରେ ଏହି ଚଢ଼ାଉ କରାଯାଇଛି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଏହି ଚଢ଼ାଉ କରିଛି। ସିବିଆଇର ୮ ଜଣିଆ ଟିମ୍ ବାଟବାଟୀ ଷ୍ଟାଡିୟମ ସମେତ ଓଓଏର ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି। ଅଲିମ୍ପିକ ଆସୋସିଏସନ ଅଫିସ ସମେତ ଆର୍ଶୀବାଦଙ୍କ ଘରେ ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି ସିବିଆଇ ଟିମ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।