କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ରାଉରକେଲାସ୍ଥିତ ଘର ଓ କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି । ରାଉରକେଲା ସେକ୍ଟର ୬ରେ ଥିବା ସି-81 କ୍ୱାଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । କେଉଁ ମାମଲାରେ ଆସିକ ଜମାଲଙ୍କ ଘରେ ରେଡ୍ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ,  ଝାଡ଼ଖଣ୍ଡର ଏକ […]

rkl-1--1

Niharika Rout
  • Published: Saturday, 11 January 2020
  • , Updated: 11 January 2020, 01:08 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ରାଉରକେଲାସ୍ଥିତ ଘର ଓ କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି । ରାଉରକେଲା ସେକ୍ଟର ୬ରେ ଥିବା ସି-81 କ୍ୱାଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।

କେଉଁ ମାମଲାରେ ଆସିକ ଜମାଲଙ୍କ ଘରେ ରେଡ୍ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ,  ଝାଡ଼ଖଣ୍ଡର ଏକ ଦୁର୍ନୀତି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି । ଆସିକ ଏହାପୂର୍ବରୁ ମହାରାଷ୍ଟ୍ରରେ କାର୍ଯ୍ୟରତ ଥିବା ବେଳେ ସେଠାରେ ତାଙ୍କ ବିରୋଧରେ କୌଣସି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଗତ ୬ ମାସ ହେବ ତାଙ୍କର ରାଉରକେଲାକୁ ବଦଳି ହୋଇଥିଲା।

Related story