ଅଦିନିଆ ସିବିଆଇ କମ୍ପନ

ଭୁବନେଶ୍ୱର: ଅମ୍ପାନ ଓ କରୋନା ପରେ ରାଜ୍ୟ ପାୱାର କରିଡରରେ ଏବେ ସିବିଆଇ କମ୍ପନ। ଏଥର କିଛି ଅଫିସରଙ୍କ ହାତରେ ହାତକଡ଼ି ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏମାନଙ୍କ ପାଇଁ ସି-ସୋର୍ ସହ ଡିଲ୍ କରିଥିବା ଅଭିଯୁକ୍ତ ଶୁଭଙ୍କରର ଡାଏରିକୁ ଧରି କୁଆଡ଼େ ଡଜନେରୁ ଅଧିକ ଅଫିସରଙ୍କ ତାଲିକା ଧରି ବୁଲୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏହା ସହ ବିବାଦୀୟ ପାଜେରୋ ଗାଡ଼ିକୁ ବି ଖୋଜୁଛି ସିବିଆଇ। ତେବେ କରୋନା ମୁକାବିଲା ଓ କୋଭିଡ୍ କିଟ୍ […]

cbi

cbi

Tapas Behera
  • Published: Sunday, 14 June 2020
  • Updated: 14 June 2020, 06:07 PM IST

Sports

Latest News

ଭୁବନେଶ୍ୱର: ଅମ୍ପାନ ଓ କରୋନା ପରେ ରାଜ୍ୟ ପାୱାର କରିଡରରେ ଏବେ ସିବିଆଇ କମ୍ପନ। ଏଥର କିଛି ଅଫିସରଙ୍କ ହାତରେ ହାତକଡ଼ି ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି। ଏମାନଙ୍କ ପାଇଁ ସି-ସୋର୍ ସହ ଡିଲ୍ କରିଥିବା ଅଭିଯୁକ୍ତ ଶୁଭଙ୍କରର ଡାଏରିକୁ ଧରି କୁଆଡ଼େ ଡଜନେରୁ ଅଧିକ ଅଫିସରଙ୍କ ତାଲିକା ଧରି ବୁଲୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏହା ସହ ବିବାଦୀୟ ପାଜେରୋ ଗାଡ଼ିକୁ ବି ଖୋଜୁଛି ସିବିଆଇ।

ତେବେ କରୋନା ମୁକାବିଲା ଓ କୋଭିଡ୍ କିଟ୍ କିଣା ଦୁର୍ନୀତିର ହଲାପଲା ବେଳେ ସିବିଆଇର ବ୍ୟାକ୍ ଟୁ ଆକ୍ସନ୍ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁହାଯାଉଛି, କୋଭିଡ୍ କିଟ୍ ଘୋଟାଲାକୁ ଜନମାନସରୁ ଦୂରେଇ ଦେବା ପାଇଁ କେନ୍ଦ୍ର ସହ ମିଳିମିଶି ରାଜ୍ୟ ପାୱାର କରିଡରର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି ଏକ ହାଇ ଭୋଲଟେଜ୍ ଡ୍ରାମାର ସ୍କ୍ରିପ୍ଟ ଲେଖିଛନ୍ତି। ଆଉ ଏକ ସୂତ୍ରର ସୂଚନା ଅନୁସାରେ, ଏଟି ଓ ସି-ସୋର୍ ସଂସ୍ଥା ବିରୋଧରେ ତଦନ୍ତ ଜାରି ରଖିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ରାଜ୍ୟ ସରକାରଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମାଗିଛି। ଆଉ ଏହି ତଥ୍ୟକୁ ନେଇ ସିବିଆଇ ପୁଣି କିଛି ଗିରଫଦାରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଭିନ୍ନ ଏକ ସୂତ୍ରର କହିବା ଅନୁସାରେ, ସି-ସୋର୍ ଓ ଏଟି ମାମଲାରେ ଦୀର୍ଘ ଦିନ ଧରି ଖୋଜୁଥିବା କିଛି ନିର୍ଦ୍ଦିଷ୍ଟ ସୁରାକ୍ ସିବିଆଇକୁ ମିଳିସାରିଛି। ଏପରିକି ସି-ସୋର୍ ପକ୍ଷରୁ ଯାଇଥିବା ଏକ ବ୍ଲାଙ୍କ ଚେକ୍‌ର ଠିକଣା ମିଳି ସାରିବା ପରେ ସିବିଆଇ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। କିନ୍ତୁ ପୂର୍ବରୁ ସି-ସୋର୍ ଓ ଏଟି ଚିଟଫଣ୍ଡ ଲିଙ୍କରେ ବହୁ ପ୍ରଭାବଶାଳୀ ରାଜନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ହେଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହଠାତ୍ ଏ ନେଇ ଶିଥିଳ ହୋଇ ପଡ଼ିଥିଲା।

ଏବେ ରାଜନେତାଙ୍କ କଥା ପଛକୁ ରଖି ହଠାତ୍ ଅଫିସରଙ୍କ ଗିରଫଦାରୀ ଚର୍ଚ୍ଚା ଏହାକୁ ଭିନ୍ନ ଟ୍ୱିଷ୍ଟ ଦେଇଛି ସତ କିନ୍ତୁ ଏପରି ଟ୍ୱିଷ୍ଟ୍ ସିବିଆଇ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ଆନ୍ତରକିତାକୁ ସନ୍ଦେହ ଘେରରେ ରଖିଛି। ଅବଶ୍ୟ ଚିଟ ଫଣ୍ଡ କେଳେଙ୍କାରୀରେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ସଂପୃକ୍ତିର ଅଭିଯୋଗ ଆଦୌ ଅଛପା ନୁହେଁ। ଯଦି ଅଫିସରମାନେ ଜାଲରେ ପଡ଼ିବେ, ତେବେ ପୂର୍ବରୁ ତାଲିକାରେ ଥିବା ପ୍ରଭାବଶାଳୀ ରାଜେନତାମାନେ ଖସିଯିବେ କେମିତି ଓ କାହିଁକି, ତାହା ହିଁ ଏବେ ବଡ଼ ପ୍ରଶ୍ନ।

ଏକ ନିର୍ଦ୍ଦିଷ୍ଟ ସୂତ୍ରର ସୂଚନା ଅନୁସାରେ, ସିବିଆଇ କେବଳ ଅଫିସର କି ରାଜନେତା ନୁହନ୍ତି ବରଂ ଚିଟ ଫଣ୍ଡ ଟଙ୍କାରେ ରାଜଧାନୀ ରାସ୍ତାରେ ଗଡ଼ିଥିବା ଏକ ପାଜେରୋ ଗାଡ଼କୁ ବି ଖୋଜି ବୁଲୁଛି। କୁହାଯାଉଛି ଏହି ଗାଡ଼ିଟିକୁ ଜଗତସିଂହପୁରରୁ ପୁରୀ ଭିତରେ କୌଣସି ଏକ ଗ୍ୟାରେଜରେ ବାଡ଼େଇ ଗୁଣ୍ଡ କରି ଦିଆଯାଇଥିବାର ଖବର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପାଇଛି ଏବଂ ଏହାକୁ ଭିତ୍ତି କରି ଏହି ରୁଟର ଅଧିକାଂଶ ଗ୍ୟାରେଜରେ ଛାନଭିନ୍ ମଧ୍ୟ ଜାରି ରହିଛି। ଆଉ ଯଦି ଏକ ସୂତ୍ରର ସୂଚନା ସତ ହୁଏ, ତେବେ କିଛି ଅଫିସରଙ୍କ ସହ ଆଉ କିଛି ରାଜନେତା ମଧ୍ୟ ସିବିଆଇର ବୁଢ଼ିଆଣୀ ଜାଲରେ ପଡ଼ିବା ଥୟ।

ସବୁ କିଛି କିନ୍ତୁ ନିର୍ଭର କରୁଛି ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା ଉପରେ। କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରାୟ ବର୍ଷେ ତଳେ ଓସିଏର ତତ୍କାଳୀନ ସଂପାଦକ ଓ ଜଣେ ହୋଟେଲ୍ ମାଲିକଙ୍କୁ ଗିରଫ କରିବା ପରେ ସିବିଆଇ ଓଡ଼ିଶା ଚିଟଫଣ୍ଡ ଫାଇଲକୁ ଏକରକମ ବନ୍ଦ କରି ଦେଇଥିଲା। ଏହା ପୂର୍ବରୁ ନିର୍ବାଚନ ସମୟରେ ମଧ୍ୟ ଚିଟ ଫଣ୍ଡ କେଳେଙ୍କାରୀରୁ ନେଇ ରାଜ୍ୟ ଶାସକ ଦଳର କିଛି ମୁଣ୍ଡଙ୍କୁ ସିବିଆଇ ବାନ୍ଧିବାର ଚର୍ଚ୍ଚା ଜୋର ଧରିଥିଲା। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ଶାସକ ଦଳ ମଧ୍ୟରେ ଏକ ଅଲିଖିତ ଚୁକ୍ତି ଯୋଗୁ ଏହା ବନ୍ଦ ହୋଇଯାଇଥିଲା ବୋଲି ସେତେବେଳେ କୁହାଯାଇଥିଲା। ଆଉ ଏବେ କରୋନା ବିପତ୍ତି ବେଳେ ପୁଣି ସିବିଆଇ ଟ୍ରାକ୍ ଫେରି କେବଳ ଏକ କମ୍ପନର ମାହୋଲ୍ ସୃଷ୍ଟି କରିଛି ସିନା କିନ୍ତୁ ଏବେ କେନ୍ଦ୍ର ଓ ରାଜ୍ୟ ଶାସକ ଦଳ ଭିତରେ ଭଲ ବୁଝାମଣା ଥିବାରୁ ଏହି କମ୍ପନରୁ ସେମିତି କିଛି ଫଳ ପାଇଁ  ଆଶା କରିବା ବୃଥା।

କୁହାଯାଉଛି, ସିବିଆଇ ଏବେ କୋଲକାତାରେ ଚିଟ୍‌ଫଣ୍ଡ କେଳେଙ୍କାରୀର ରାଜନୀତିକ ଲିଙ୍କ ନେଇ ଛାନଭିନ୍ କରୁଥିବାବେଳେ ଓଡ଼ିଶାରେ ଅଫିସରଙ୍କୁ ଟାର୍ଗେଟ କରିଛି। ଏପରିକି ବହୁଚର୍ଚ୍ଚିତ ସି-ସୋର୍ ଘୋଟାଲାର ମଧ୍ୟସ୍ଥ ସାଜିଥିବା ଅଭିଯୁକ୍ତ ଶୁଭଙ୍କରର ଡାଏରିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିଛି। ଏହି ଡାଏରୀର ଲିଙ୍କରେ ଥିବା ଏବଂ ପୂର୍ବରୁ ଗିରଫ ହୋଇ ଏବେ ଜାମିନରେ ଥିବା ଜଣେ ଅଭିଯୁକ୍ତଙ୍କୁ ଶୁକ୍ରବାର ସିବିଆଇ ଅଢେଇ ଘଣ୍ଟା କାଳ ଜେରା କରିଛି। ଏହି ଜେରା ବେଳେ କିଛି ନିର୍ଦ୍ଦିଷ୍ଟ ଆଇଏଏସ୍ ଓ ଆଇପିଏସ  ଅଫିସରଙ୍କ ସଂପୃକ୍ତିର ସୂଚନା ମିଳିଛି। ତେବେ ସିବିଆଇ ଅଧିକାରୀମାନେ ଏସଂପର୍କରେ ଏଯାଏ ମୁହଁ ଖୋଲିନାହାନ୍ତି। କିନ୍ତୁ କୁହାଯାଉଛି, ଦୁଇ କି ତିନି ଜଣ ନୁହନ୍ତି ବରଂ ସିବିଆଇ ସ୍କାନରରେ ଏବେ ୧୩ରୁ ଅଧିକ ଅଫିସର ଅଛନ୍ତି। ଏ ସମସ୍ତଙ୍କୁ ଜେରା ପାଇଁ ଡାକି ଆବଶ୍ୟକ ହେଲେ ଗିରଫ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବ୍ଲ ପ୍ରିଣ୍ଟ କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story