ସିବିଆଇ ଖୋଲିବ ‘ବ୍ଲାକରୋଜ୍’ ବୁଡ଼ିର ଗୁମର

ପରାଦୀପ (ଏନ୍‌.ଏମ୍‌ ବୈଶାଖ): ବହୁଚର୍ଚ୍ଚିତ ‘ବ୍ଲାକରୋଜ୍’ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିବ ସିବିଆଇ। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ‘ଏମଭି ବ୍ଲାକରୋଜ’ ଜାହାଜ ? କିଏ ଏହାର ମାଲିକ? କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର? ଏହାର ଟିକ୍‌ନିଖ ଖୋଳତାଡ଼ କରିବ ସିବିଆଇ। ୨୦୧୬ ଜୁଲାଇ ୨୯ ତାରିଖରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା ପୋର୍ଟ […]

vyb

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 08:13 PM IST

ପରାଦୀପ (ଏନ୍‌.ଏମ୍‌ ବୈଶାଖ): ବହୁଚର୍ଚ୍ଚିତ ‘ବ୍ଲାକରୋଜ୍’ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିବ ସିବିଆଇ। ପାରାଦୀପ ସମୁଦ୍ର ଉପକୂଳରେ କେମିତି ବୁଡ଼ିଲା ‘ଏମଭି ବ୍ଲାକରୋଜ’ ଜାହାଜ ? କିଏ ଏହାର ମାଲିକ? କେଉଁଠୁ ଆସି ଏଥିରେ ଲୋଡିଂ ହୋଇଥିଲା ଶହ ଶହ ଟନ୍ ଲୁହାପଥର? ଏହାର ଟିକ୍‌ନିଖ ଖୋଳତାଡ଼ କରିବ ସିବିଆଇ। ୨୦୧୬ ଜୁଲାଇ ୨୯ ତାରିଖରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇ ଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷକୁ ସିବିଆଇ ତଦନ୍ତ ପାଇଁ ପତ୍ର ଲେଖିଥିଲେ। ପରେ ସେପ୍ଟେମ୍ୱର ୯ ତାରିଖରେ ଭୁବନ ମୋହନ ଜେନା ଘଟଣାର ସିବିଆଇ ତଦନ୍ତ ପାଇଁ ପୁଣୀ ଥରେ ଅନୁରୋଧ କରିଥିଲେ। ଯାହାକୁ ପାରାଦୀପ ପୋର୍ଟ ଟ୍ରଷ୍ଟ ବୋର୍ଡ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ପଠାଇ ଦେଇଥିଲା। ଏମିତିକି ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଗତ ଜାନୁଆରୀ ୩୧ ତାରିଖରେ ‘ବ୍ଲାକରୋଜ’ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଆଉ ସେ ଅନୁରୋଧପତ୍ର ପାଇବା ପରେ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ଶେଷରେ ଜାହାଜ ମନ୍ତ୍ରାଳୟ ପିପିଟି ଟ୍ରଷ୍ଟିଙ୍କ ଅନୁରୋଧକୁ ବିଚାରକୁ ନେଇ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

୨୦୦୯ ସେପ୍ଟମ୍ୱର ୯ ତାରିଖରେ ପାରଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ‘ବ୍ଲାକ୍ ରୋଜ’ ଜାହାଜ। ଯେଉଁଥିରେ ଥିଲା ପ୍ରାୟ ୯୦୦ରୁ ଅଧିକ ତୈଳ ସାଙ୍ଗକୁ ପାଖାପାଖି ୨୩,୫୦୦ ମେଟ୍ରିକ ଟନ୍ ଲୁହା ପଥର। ଜାହାଜଟି ଜାଲ୍ କମ୍ପାନୀରେ ଜାଲ୍ କାଗଜପତ୍ର ଦେଇ ପାରାଦୀପ ପୋର୍ଟକୁ ବହୁ ସମୟରେ ଆସୁଥିଲା ଓ ମାଲ୍ ପରିବହନ କରୁଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା। ଏମିତିକି ଜାହାଜଟି ଦୀର୍ଘ ଦିନ ରହି ବୁଡ଼ି ରହିବା ଫଳରେ ସେଠାରେ ପ୍ରଦୂଷଣ ସୃଷ୍ଟି କରିଥିଲା। ଯାହାକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେବେ ଜାଲ୍ କାରବାର ପଛରେ କେଉଁ ପ୍ରଭାବଶାଳୀମାନେ ଥିଲେ, ସିବିଆଇ ତଦନ୍ତ କଲେ ସେ ଗୁମର ଫିଟାଇବ ବୋଲି ଆଶା କରାଯାଉଛି।

Related story