ସିବିଏସ୍ଇ ରେଜଲ୍ଟ୍‌ ବିଭ୍ରାଟ, କେନ୍ଦ୍ରମନ୍ତ୍ରୀଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ନବୀନ

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହିତ କଥା ହୋଇଛନ୍ତି। ଏପରିକି ରେଜଲ୍ଟ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନସିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଆଉ ଏକ ଉଚ୍ଚସ୍ତରୀୟ କମିଟି ଓଡ଼ିଶା ଆସିବ। ଏ ସମ୍ପର୍କରେ ଜାଭଡେକର ପ୍ରତିଶ୍ରୁତି ଦେଇଛନ୍ତି। ଆଜି […]

vlcsnap-3869-01-11-02h33m40s064-750x430

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 08:02 PM IST

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହିତ କଥା ହୋଇଛନ୍ତି। ଏପରିକି ରେଜଲ୍ଟ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନସିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରରୁ ଆଉ ଏକ ଉଚ୍ଚସ୍ତରୀୟ କମିଟି ଓଡ଼ିଶା ଆସିବ। ଏ ସମ୍ପର୍କରେ ଜାଭଡେକର ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ସକାଳୁ ସକାଳୁ ଅଶାନ୍ତ ଭୁବନେଶ୍ୱରସ୍ଥିତ ସିବିଏସ୍ଇର ଆଞ୍ଚଳିକ କାର୍ଯ୍ୟାଳୟ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଚାରିଦିନ ଧରି ଆନ୍ଦୋଳନ ଜାରି ରଖିଥିବା ଛାତ୍ରାଛାତ୍ରୀ ଓ ଅଭିଭାବକଙ୍କ ଧୌର୍ଯ୍ୟ ଆଜି ଭାଙ୍ଗି ଯାଇଥିଲା। କିଛି ଛାତ୍ରଛାତ୍ରୀ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଆଜି ସେମାନଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲା କିନ୍ନର ମହାସଂଘ।

ମେ ୨୯ରୁ ଗତ ୪ ଦିନ ଧରି ସିବିଏସ୍‌ଇ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଚାଲିଥିବାରୁ କାର୍ଯ୍ୟାଳୟର କାମ ବାଧାପ୍ରାପ୍ତ ହେଉଛି। ତେଣୁ ଆନ୍ଦୋଳନକୁ କିଛିଦିନ ସ୍ଥଗିତ ରଖିବାକୁ ଅପିଲ୍ କରିଛି ସିବିଏସଇ କର୍ତ୍ତୃପକ୍ଷ। ଅଭିଭାବକ ସଂଘ ମଧ୍ୟ ସିବିଏସଇ କର୍ତ୍ତୃପକ୍ଷଙ୍କୁ ୫ ଦିନର ମହଲତ ଦେଇଛି। ଜୁନ୍ ୬ ଭିତରେ ଘଟଣାର ସମାଧାନ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ଅଭିଭାବକ ସଂଘ ଚେତାବନୀ ଦେଇଛି।

Related story