ସିବିଏସ୍‌ଇର ନୂଆ ଗାଇଡ୍‌ଲାଇନ୍‌, ପ୍ରବେଶିକା ପରୀକ୍ଷା ହଲ୍‌ରେ ଲାଗିବ ଜାମର, କଲମ ଓ ପେନ୍‌ସିଲ୍‌ ମନା

ଭୁବନେଶ୍ୱର: ଏଣିକି  ପ୍ରବେଶିକା ପରୀକ୍ଷା ହଲ୍‌କୁ କଲମ କିମ୍ବା ପେନ୍‌ସିଲ୍‌ ନେଇପାରିବେ ନାହିଁ ଛାତ୍ରଛାତ୍ରୀ। ସିବିଏସ୍‌ଇ କର୍ତ୍ତୃପକ୍ଷ ପିଲାଙ୍କୁ ବ୍ଲାକ୍‌ ବଲ୍‌ ପଏଣ୍ଟ ପେନ୍‌ ଯୋଗାଇ ଦେବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା ମଧ୍ୟ ପିନ୍ଧି ପାରିବେ ନାହିଁ କି ସାଙ୍ଗରେ ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ। ସର୍ବଭାରତୀୟ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ମଙ୍ଗଳବାର ସିବିଏସ୍‌ଇ ପକ୍ଷରୁ ଜାରି ନୂଆ ଗାଇଡ୍‌ ଲାଇନ୍‌ରେ ଏହା ଉଲ୍ଲେଖ କରାଯାଇଛି। ୨୦୧୫ ଏଆଇପିଏମ୍‌ଟି ଆନ୍‌ସାର କି’ […]

ojee student

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 03:48 PM IST

ଭୁବନେଶ୍ୱର: ଏଣିକି  ପ୍ରବେଶିକା ପରୀକ୍ଷା ହଲ୍‌କୁ କଲମ କିମ୍ବା ପେନ୍‌ସିଲ୍‌ ନେଇପାରିବେ ନାହିଁ ଛାତ୍ରଛାତ୍ରୀ। ସିବିଏସ୍‌ଇ କର୍ତ୍ତୃପକ୍ଷ ପିଲାଙ୍କୁ ବ୍ଲାକ୍‌ ବଲ୍‌ ପଏଣ୍ଟ ପେନ୍‌ ଯୋଗାଇ ଦେବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା ମଧ୍ୟ ପିନ୍ଧି ପାରିବେ ନାହିଁ କି ସାଙ୍ଗରେ ମୋବାଇଲ ଫୋନ୍‌ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ। ସର୍ବଭାରତୀୟ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ମଙ୍ଗଳବାର ସିବିଏସ୍‌ଇ ପକ୍ଷରୁ ଜାରି ନୂଆ ଗାଇଡ୍‌ ଲାଇନ୍‌ରେ ଏହା ଉଲ୍ଲେଖ କରାଯାଇଛି। ୨୦୧୫ ଏଆଇପିଏମ୍‌ଟି ଆନ୍‌ସାର କି’ ଲିକ୍‌ ହେବା ପରେ ପରେ ପରୀକ୍ଷାକୁ ସ୍ୱଚ୍ଛ ଓ ଅଧିକ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏହି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ଏହାସହ ପ୍ରତ୍ୟକ ପରୀକ୍ଷା କେନ୍ଦ୍ରରେ ଜାମର ଲାଗାଯିବା ସହ ତ୍ରି-ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ରହିବ। ପରୀକ୍ଷା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ।

ଏ ନେଇ ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ପେନ୍‌ସିଲ ବଦଳରେ ଚଳିତ ଥର ଛାତ୍ରଛାତ୍ରୀମାନେ ବ୍ଲାକ୍‌ ବଲ୍‌ପଏଣ୍ଟ ପେନ୍‌ ବ୍ୟବହାର କରିବେ। ଯାହାକି ସିବିଏସ୍‌ଇ ପକ୍ଷରୁ ପ୍ରଦାନ କରାଯିବ। ଏହାସହ ପରୀକ୍ଷା ହଲ୍‌ ମଧ୍ୟକୁ ହାତଘଣ୍ଟା ପ୍ରବେଶକୁ ନିଷେଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ପରୀକ୍ଷା କକ୍ଷକୁ ଆସିବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ରହି ଧାଡିରେ ଭିତରକୁ ପ୍ରବେଶ କରିବେ।”

ଅନ୍ୟପକ୍ଷରେ ଏପ୍ରିଲ୍‌ ୩ ତାରିଖରେ ଜେଇଇ ମେନ୍‌ ଅଫ୍‌ ଲାଇନ ପରୀକ୍ଷା ହେବ। ଦୁଇଟି ସିଟିଂରେ ପରୀକ୍ଷା ହେଉଥିବା ବେଳେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଯଦି ପରୀକ୍ଷା ୯ଟା ୩୦ରେ ଥାଏ ତେବେ ଛାତ୍ରଛାତ୍ରୀମାନେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଧାଡ଼ି ବାନ୍ଧି ଠିଆ ହେବେ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଭିନ୍ନକ୍ଷମ ପିଲାଙ୍କୁ ଅଧିକ ଏକ ଘଣ୍ଟା ସମୟ ମିଳିବ। ଏଥର ରାଜ୍ୟର ପ୍ରମୁଖ ୯ଟି ସହରରେ ୭୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରରେ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି। ସାରାଦେଶରୁ ୧୩ ଲକ୍ଷ ପରୀକ୍ଷାର୍ଥୀ ଥିବା ବେଳେ ଓଡ଼ିଶାରୁ ୪୮ ହଜାର ପିଲା ପରୀକ୍ଷା ଦେବେ। ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି,ଏନ୍‌ଆଇଟି, ଟ୍ରିପଲଆଇଟି ସମେତ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍‌ ଦେବାକୁ ହେବ। ଏଥିରେ ପ୍ରଥମ ଦେଢ ଲକ୍ଷ ରାଙ୍କରେ ଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେବେ।

Related story