ଗାଁ ଜଗିଛି ସିସିଟିଭି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସିସିଟିଭି ନଜରରେ ସହର ବଜାର, ଟ୍ରାଫିକ୍‌ ବ୍ୟବସ୍ଥା ଓ ଡାକ୍ତରଖାନା ରହିଥିବା ଆପଣ ଶୁଣିଥିବେ। ହେଲେ ସିସିଟିଭି ନିରୀକ୍ଷଣରେ ପୂରା ଗାଁ, ସାହିରାସ୍ତା, ଛକ ଓ ଗଳିକନ୍ଦି ରହିଥିବା କେବେ ଶୁଣି ନ ଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ହଳଦୀ ଗାଁ ରହିଛି ଏହି ବ୍ୟବସ୍ଥା। କିଛି ବର୍ଷ ପୂର୍ବେ ଗାଁରେ ବାରମ୍ବାର ଚୋରି ହେବା ଯୋଗୁ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା। ଗାଁରେ […]

bolangiri-2..1

Niharika Rout
  • Published: Wednesday, 28 August 2019
  • , Updated: 28 August 2019, 03:08 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସିସିଟିଭି ନଜରରେ ସହର ବଜାର, ଟ୍ରାଫିକ୍‌ ବ୍ୟବସ୍ଥା ଓ ଡାକ୍ତରଖାନା ରହିଥିବା ଆପଣ ଶୁଣିଥିବେ। ହେଲେ ସିସିଟିଭି ନିରୀକ୍ଷଣରେ ପୂରା ଗାଁ, ସାହିରାସ୍ତା, ଛକ ଓ ଗଳିକନ୍ଦି ରହିଥିବା କେବେ ଶୁଣି ନ ଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ହଳଦୀ ଗାଁ ରହିଛି ଏହି ବ୍ୟବସ୍ଥା।

କିଛି ବର୍ଷ ପୂର୍ବେ ଗାଁରେ ବାରମ୍ବାର ଚୋରି ହେବା ଯୋଗୁ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା। ଗାଁରେ ବ୍ୟାଙ୍କ, ଆରଆଇ ଅଫିସ୍‌, ସ୍କୁଲ୍‌ ଓ କଲେଜ୍‌ ରହିଛି। ଫଳରେ କାର୍ଯ୍ୟ ଦିବସ ଗୁଡ଼ିକରେ ଏହି ସବୁ ସ୍ଥାନରେ ସାଧାରଣ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ଭିଡ଼ ଜମେ। ମାତ୍ର ଏଇସବୁ ସ୍ଥାନରେ ଦୌରାତ୍ମ ବଢ଼ି ଚାଲିଥିଲା ଓ ତତ୍‌ ସହିତ ଚୋରଙ୍କ ପାଦ୍ରୁଭାବ ବି ବଢ଼ି ଯାଇଥିଲା। ତେଣୁ ଅନ୍ୟ କୌଣସି ଉପାୟ ନ ପାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଗ୍ରାମବାସୀ ଗାଁରେ ସିସିଟିଭି ଲଗାଇବାକୁ ସ୍ଥିର କରିଥିଲେ।

ପଞ୍ଚାୟତ ପାଣ୍ଠିରୁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚରେ ଗାଁର ବିଭିନ୍ନ ସାହି ଓ ରାସ୍ତାରେ ୨୯ଟି ସିସିଟିଭି ଲଗାଯାଇଛି। ସିସିଟିଭି ଲଗାଇବା ପରେ ହଳଦୀ ଗାଁରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଚୋରି, ଗଣ୍ଡଗୋଳ ସହ ମଦ୍ୟପଙ୍କ ଦୌରାତ୍ମ ଭଳି ଘଟଣା ଉପରେ ରୋକ୍‌ ଲାଗିଛି। ସିସିଟିଭି ଲାଗିବା ପରେ ଏହା ଅନ୍ୟ ଗାଁଗୁଡିକ ପାଇଁ ଉଦାହରଣ ପାଲଟିଛି। ଏହି ଗାଁ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସିସିଟିଭି ନୀରିକ୍ଷଣରେ ଥିବା ଗାଁ ବୋଲି କୁହାଯାଉଛି।

Related story