ସିଡିଏ: ୮ଦିନ ପରେ ପୁଣି ଆଇନଜୀବୀଙ୍କ ଘରୁ ଚୋରି

କଟକ: ଚୋରଙ୍କ ଟାର୍ଗେଟରେ କଟକ ସିଡିଏ ଅଞ୍ଚଳରେ ରହୁଥିବା ଆଇନଜୀବୀ।  ଜଷ୍ଟିସ୍ ପିକେ ମହାନ୍ତିଙ୍କ ଘରୁ ଡକାୟତି ଘଟଣାର ୮ ଦିନ ପରେ ଆଉ ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରିଛନ୍ତି ଚୋରଦଳ। ଶନିବାର ରାତିରେ ସିଡିଏ ସେକ୍ଟର ୧୧ରେ ରହୁଥିବା ଅଜୟ ମହାନ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି।ଆଇନଜୀବି ଅଜୟ ହେଉଛନ୍ତ ଜଷ୍ଟିସ ପି.କେ ମହାନ୍ତିଙ୍କ ପଡୋଶୀ। […]

ctc chori

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 10:32 AM IST

କଟକ: ଚୋରଙ୍କ ଟାର୍ଗେଟରେ କଟକ ସିଡିଏ ଅଞ୍ଚଳରେ ରହୁଥିବା ଆଇନଜୀବୀ।  ଜଷ୍ଟିସ୍ ପିକେ ମହାନ୍ତିଙ୍କ ଘରୁ ଡକାୟତି ଘଟଣାର ୮ ଦିନ ପରେ ଆଉ ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରିଛନ୍ତି ଚୋରଦଳ। ଶନିବାର ରାତିରେ ସିଡିଏ ସେକ୍ଟର ୧୧ରେ ରହୁଥିବା ଅଜୟ ମହାନ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି।ଆଇନଜୀବି ଅଜୟ ହେଉଛନ୍ତ ଜଷ୍ଟିସ ପି.କେ ମହାନ୍ତିଙ୍କ ପଡୋଶୀ। ଗତ ୨୯ ତାରିଖରେ  ଜଷ୍ଟିସ ମହାନ୍ତିଙ୍କ ଘରୁ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ୪ ଡକାୟତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଓ ସିପିଙ୍କୁ ସଚିବାଳୟକୁ ଡାକି ଜଷ୍ଟିସ ମହାନ୍ତିଙ୍କ ଘରୁ ଚୋରି ନେଇ ଆଲୋଚନା କରିଥିଲେ। ଏହାସହ ବିଡାନାସୀ, ସିଡିଏ ଅଞ୍ଚଳରେ  ପାଟ୍ରୋଲିଂ ବ୍ୟବସ୍ଥା ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ।ଭୁବନେଶ୍ୱରରେ ହୋଇଥିବା ସିସିଟିଭି କ୍ୟାମେରା ବ୍ୟବସ୍ଥାକୁ କଟକରେ ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ଉଭୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେବାର ୬ ଦିନ ପରେ ପୁଣି ସମାନ ଅଞ୍ଚଳରେ ଘଟଣାର ପୁନରାବୃତ୍ତି ହୋଇଛି।

ଶିନିବାର ରାତିରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଥାଇ ବି ଏପରି ଚୋରି ହେବା ପୋଲିସର ପାରିବାପଣିଆକୁ ପଦାରେ ପକାଉଛି ବୋଲି ଅଭିଯୋଗ ହେଉଛି।

Related story