ଟାର୍ଗେଟ ଓଡ଼ିଶା: ୩ କେନ୍ଦ୍ରମନ୍ତ୍ରୀ ଖେଳିଲେ ଗରିବ କାର୍ଡ

ପୁରୀ/ଅନୁଗୋଳ: ‘ସବକା ସାଥ୍ ଓ ସବକା ବିକାଶ’ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼। ଏଥିପାଇଁ ଆଜି ଗୋଟିଏ ଦିନରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିଛନ୍ତି। ଭେଙ୍କେୟା ନାଇଡୁଙ୍କ ବ୍ୟତୀତ ପୁରୀରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ବି.କେ. ସିଂହ ଓ ତାଳଚେରରେ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ନୂଆ ତଥ୍ୟ ମିଳିଛି। କେନ୍ଦ୍ରମନ୍ତ୍ରୀମାନେ ଗରିବ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ […]

puri

Rakesh Mallick
  • Published: Monday, 12 June 2017
  • , Updated: 12 June 2017, 07:43 PM IST

ପୁରୀ/ଅନୁଗୋଳ: ‘ସବକା ସାଥ୍ ଓ ସବକା ବିକାଶ’ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼। ଏଥିପାଇଁ ଆଜି ଗୋଟିଏ ଦିନରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିଛନ୍ତି। ଭେଙ୍କେୟା ନାଇଡୁଙ୍କ ବ୍ୟତୀତ ପୁରୀରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ବି.କେ. ସିଂହ ଓ ତାଳଚେରରେ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ନୂଆ ତଥ୍ୟ ମିଳିଛି। କେନ୍ଦ୍ରମନ୍ତ୍ରୀମାନେ ଗରିବ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ବି.କେ. ସିଂହ ପୁରୀ ତିଆଡ଼ି ସାହି ନିକଟ ମଳିକ ସାହିକୁ ଯାଇ ଜଣଙ୍କ ଘରେ ଭୋଜନ କରିଥିଲେ। ସେହିପରି ମନ୍ତ୍ରୀ ବିଷ୍ଣୁଦେବ ସାଏ ତାଳଚେର ଏଫସିଆାଇ ତେହେରାନପୁର ନୂଆସାହିକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ବ୍ରଜରାଜନଗରରେ ଅନୁଷ୍ଠିତ ‘ସବକା ସାଥ ସବକା ବିକାଶ’ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଛତିଶଗଡ଼ ସରକାରଙ୍କ ମନ୍ତ୍ରୀ ପ୍ରେମ କୁମାର ପାଣ୍ଡେ।

Related story