ଭିତରକନିକାରେ ଧର୍ମେନ୍ଦ୍ର, କହିଲେ କୋଷ୍ଟାଲ ହାଇୱେ କଥା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବଉଳା କୁମ୍ଭୀର ଗଣନା ପାଇଁ ୯ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ପର୍ଯ୍ୟଟକଙ୍କ ଲାଗି ଖୋଲିଛି ଭିତରକନିକା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଡଙ୍ଗା ଯୋଗେ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ଦେଖିଛନ୍ତି । ଏହାପରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା କୋଭିଡ ଯୋଦ୍ଧାଙ୍କୁ ସର୍କିଟ୍ ହାଉସରେ ସମ୍ବର୍ଦ୍ଧିତ କରିଛନ୍ତି । ଭିତରକନିକା ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

8mn

Tapas Behera
  • Published: Sunday, 24 January 2021
  • , Updated: 24 January 2021, 03:48 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ବଉଳା କୁମ୍ଭୀର ଗଣନା ପାଇଁ ୯ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ପର୍ଯ୍ୟଟକଙ୍କ ଲାଗି ଖୋଲିଛି ଭିତରକନିକା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଡଙ୍ଗା ଯୋଗେ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ଦେଖିଛନ୍ତି । ଏହାପରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା କୋଭିଡ ଯୋଦ୍ଧାଙ୍କୁ ସର୍କିଟ୍ ହାଉସରେ ସମ୍ବର୍ଦ୍ଧିତ କରିଛନ୍ତି । ଭିତରକନିକା ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋଷ୍ଟାଲ ହାଇେୱେ ହେବ ଲାଇଫ୍ ଲାଇନ୍, ଏଥତ୍ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ଓ କେନ୍ଦ୍ର ସରକାର ମିଶି କୋଷ୍ଟାଲ ହାଇେୱେ ନେଇ ଯୋଜନା ଆରମ୍ଭ କରିଛନ୍ତି।  ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ହାଇେୱେ ହେଲେ କେନ୍ଦ୍ରାପଡାବାସୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତାସହ ହରିଦାସପୁର ପାରାଦୀପ୍ ଲାଇନ୍‌ରେ ଖୁବ୍ ଶୀଘ୍ର ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଉଭୟ ଚାଲିବ ବୋଲି ସେ କହିଛନ୍ତି।

Related story