ହେବନି ‘ଓବିସି’ ଗଣନା, ସ୍ପଷ୍ଟ କଲା କେନ୍ଦ୍ର: ବିଜେଡିକୁ ଧକ୍କା

ଭୁବନେଶ୍ୱର(ପ୍ରକାଶ ସେଠୀ): ଜାତୀୟ ଜନ ଗଣନା-୨୦୨୧ ସହ ସାମାଜିକ, ଆର୍ଥିକ ଓ ଅନ୍ୟାନ୍ୟ ପଛୁଆ ବର୍ଗର(ଓବିସି ଓ ଏସଇବିସି) ଲୋକଙ୍କୁ ଚିହ୍ନଟ କରିବା ନିମନ୍ତେ ଆବଶ୍ୟକ ପ୍ରାବଧାନ କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଆଜି ରୋକଠୋକ୍ ମନା କରିଦେଇଛନ୍ତି। ଏହାସହିତ ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟରେ ଗୃହୀତ ହୋଇଥିବା ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ତା’ର ଗୁରୁତ୍ୱ ହରାଇଛି ତଥା କ୍ଷମତାସୀନ ବିଜେଡିକୁ ମଧ୍ୟ ଶକ୍ତ […]

11bjd-office-750x430

11bjd-office-750x430

Manoranjan Sial
  • Published: Wednesday, 05 February 2020
  • Updated: 05 February 2020, 08:42 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଜାତୀୟ ଜନ ଗଣନା-୨୦୨୧ ସହ ସାମାଜିକ, ଆର୍ଥିକ ଓ ଅନ୍ୟାନ୍ୟ ପଛୁଆ ବର୍ଗର(ଓବିସି ଓ ଏସଇବିସି) ଲୋକଙ୍କୁ ଚିହ୍ନଟ କରିବା ନିମନ୍ତେ ଆବଶ୍ୟକ ପ୍ରାବଧାନ କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଆଜି ରୋକଠୋକ୍ ମନା କରିଦେଇଛନ୍ତି। ଏହାସହିତ ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ୟାବିନେଟରେ ଗୃହୀତ ହୋଇଥିବା ସର୍ବସମ୍ମତ ପ୍ରସ୍ତାବ ମଧ୍ୟ ତା’ର ଗୁରୁତ୍ୱ ହରାଇଛି ତଥା କ୍ଷମତାସୀନ ବିଜେଡିକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଯଦିଓ ଗତ ଦୁଇଦିନ ଧରି ସଂସଦରେ ବିଜେଡି ପକ୍ଷରୁ ଜାତୀୟ ଜନଗଣନା ସହ ‘ଓବିସି’ ଗଣନା ନିମନ୍ତେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯାଇ ଆସୁଅଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ଜାତୀୟ ଜନଗଣନା ଫର୍ମାଟରେ ଓବିସି ବର୍ଗକୁ ସାମିଲ କରି ସେମାନଙ୍କର ଚିହ୍ନଟ ନିମନ୍ତେ ମହାରାଷ୍ଟ୍ର, ବିହାର ଓ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଦାବି କରିଥିଲେ। ଜାନୁୟାରୀ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ବସି ଜାତୀୟ ଜନଗଣନା-୨୦୨୧ରେ ‘ଓବିସି’ ବର୍ଗର ଗଣନା ନିମନ୍ତେ ଏକ ସର୍ବସମ୍ମତି ସଂକଳ୍ପ ଗୃହୀତ କରାଯିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା। ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଜାନୁୟାରୀ ୧୫ତାରିଖରେ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବେଙ୍କୁ ଚିଠି ଲେଖି ଜାତୀୟ ଜନଗଣନା ଫର୍ମାଟରେ ‘ଓବିସି’ ବର୍ଗଙ୍କ ଚିହ୍ନଟ ନିମନ୍ତେ ବ୍ୟବସ୍ଥା କରିବାକୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏପରିକି ଓଡ଼ିଶାରେ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଓବିସି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ଦର୍ଶାଯାଇଥିଲା। ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଓବିସି ବର୍ଗଙ୍କ ଗଣନା ନିମନ୍ତେ ବିଜେଡି ସରକାରର ଏଭଳି ପ୍ରସ୍ତାବ ଉପରେ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଇବା ସହ ଏହାପଛରେ ବିଜେଡିର ରାଜନୀତିକ ଅଭିସନ୍ଧିର ଗନ୍ଧ ବାରିଥିଲେ।

ମାତ୍ର ଆଜି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଜାତୀୟ ଜନଗଣନା ପାଇଁ ବିଜ୍ଞପ୍ତି କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ସମେତ ସମସ୍ତ ଷ୍ଟେକହୋଲଡରଙ୍କ ସହ ପରାମର୍ଶ କରି ପ୍ରସ୍ତୁତ କରାଯାଇଥାଏ। ୨୦୧୯ ମାର୍ଚ୍ଚ ୨୮ତାରିଖରେ ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତିରେ ଜନଗଣନା-୨୦୨୧କୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଜନଗଣନାରେ ବିଭିନ୍ନ ସମୟରେ ସଂଶୋଧିତ ସମ୍ବିଧାନ(ଅନୁସୂଚିତ ଜାତି) ଆଦେଶ-୧୯୫୦ ଓ ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ-୧୯୫୦ର ଅନ୍ତର୍ଗତ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଜାତି ଓ ଜନଜାତି କେବଳ ଅନୁସୂଚିତ ଜାତି ଓ ଜନଜାତିଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ବିଜ୍ଞାପିତ ହୋଇଥିବ ସେମାନଙ୍କର ହିଁ ଗଣନା କରାଯିବ।

୨୦୨୧ ଜନଗଣନାରେ ‘ଓବିସି’ ବର୍ଗର ଚିହ୍ନଟ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତୀୟ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନର (ଆରଜିଆଇ)ଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏହା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story