କେନ୍ଦ୍ରକୁ ଯିବେ ଗୃହ ସଚିବ ସଞ୍ଜିବ ଚୋପ୍ରା, ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ୍ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ଶ୍ରୀ ଚୋପ୍ରାଙ୍କ ଆଇଏଏସ୍ ପତ୍ନୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିଲା । ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର […]

Sanjeev Chopra

Ordigital Desk
  • Published: Wednesday, 19 October 2022
  • , Updated: 19 October 2022, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ୧୯୯୦ ବ୍ୟାଚ୍ ଆଇଏଏସ୍ ସଞ୍ଜିବ ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ସରକାରରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ଶ୍ରୀ ଚୋପ୍ରାଙ୍କ ଆଇଏଏସ୍ ପତ୍ନୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିଲା ।

ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୩୧ରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଭାବେ ଆଇଏଏସ୍ ସୁଧାଂଶୁ ପାଣ୍ଡେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ଚୋପ୍ରା ଏହି ଦାୟିତ୍ୱ ତୁଲାଇବେ । ଶ୍ରୀ ଚୋପ୍ରା ଏବେ ଓଡ଼ିଶା ସରକାରରେ କୃଷି ଉତ୍ପାଦନ କମିଶନର ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ଗତ କିଛିମାସ ଧରି କେନ୍ଦ୍ର ସରକାରରେ ନିଯୁକ୍ତି ପାଇବା ନିମନ୍ତେ ଜୋରଦାର ପ୍ରୟାସ ଜାରି ରଖିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ସେପ୍ଟେମ୍ବର ୨୬ ତାରିଖରେ ଶ୍ରୀ ଚୋପ୍ରାଙ୍କ ଆଇଏଏସ୍ ପତ୍ନୀ ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ରଞ୍ଜନା ଏବେ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Related story