ଓଡ଼ିଶାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ , ବାତ୍ୟାଞ୍ଚଳ ବୁଲିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୨ଜଣିଆ ବିଶେଷଜ୍ଞ ଟିମ୍ ଓଡ଼ିଶା ଆସିଛନ୍ତି। ଏହି ଟିମରେ କେନ୍ଦ୍ର ସରକାରଙ୍କ ୧୨ଜଣିଆ ବିଶେଷଜ୍ଞ ଦଳ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣ ସଦସ୍ୟ ରହିଛନ୍ତି। ବାତ୍ୟା ପରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଏହି ଟିମ୍ ଅବଗତ ହେବା ସହ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ସମ୍ବେଦନଶୀଳ […]

9

Manoranjan Sial
  • Published: Friday, 10 May 2019
  • , Updated: 10 May 2019, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୨ଜଣିଆ ବିଶେଷଜ୍ଞ ଟିମ୍ ଓଡ଼ିଶା ଆସିଛନ୍ତି। ଏହି ଟିମରେ କେନ୍ଦ୍ର ସରକାରଙ୍କ ୧୨ଜଣିଆ ବିଶେଷଜ୍ଞ ଦଳ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣ ସଦସ୍ୟ ରହିଛନ୍ତି। ବାତ୍ୟା ପରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଏହି ଟିମ୍ ଅବଗତ ହେବା ସହ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ପିଇବା ପାଣିଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନମୂନା ସଂଗ୍ରହ ସହିତ ଏହାର ପରୀକ୍ଷାନିରୀକ୍ଷା ମଧ୍ୟ କରିଛନ୍ତି।

Related story