ରାଜଧାନୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବାର୍ଡ ଫ୍ଲୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ତିନିଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଆଜି ଓୟୁଏଟି ଫାର୍ମ ଯାଇ ସ୍ଥିତି ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ପ୍ରାଣୀ ସମ୍ପଦ ବିଭାଗ ସଚିବ ନିଜେ ଫାର୍ମ ଭିତରକୁ ଯାଇ ବାର୍ଡ ଫ୍ଲୁ ର ନିୟନ୍ତ୍ରଣ ଲାଗି ସମୀକ୍ଷା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ […]

bird

bird

Manoranjan Sial
  • Published: Thursday, 30 January 2020
  • Updated: 30 January 2020, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବାର୍ଡ ଫ୍ଲୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ତିନିଜଣିଆ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଆଜି ଓୟୁଏଟି ଫାର୍ମ ଯାଇ ସ୍ଥିତି ଯାଞ୍ଚ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ପ୍ରାଣୀ ସମ୍ପଦ ବିଭାଗ ସଚିବ ନିଜେ ଫାର୍ମ ଭିତରକୁ ଯାଇ ବାର୍ଡ ଫ୍ଲୁ ର ନିୟନ୍ତ୍ରଣ ଲାଗି ସମୀକ୍ଷା କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ କୁକୁଡ଼ା ମରା ଚାଲିଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତିନିଜଣିଆ ପ୍ରତିନିଧି ଦଳ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଜନସ୍ୱାସ୍ଥ୍ୟ ବିଭାଗ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପରେ କେନ୍ଦ୍ରୀୟ ଟିମ୍‌ ବାର୍ଡ ଫ୍ଲୁ ଭୁତାଣୁ ଚିହ୍ନଟ ହୋଇଥିବା ଓୟୁଏଟି ଫାର୍ମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଅପରେସନ୍ ଜାରି ରହିବ ବୋଲି ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ ମହାନ୍ତି ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ଟିମ୍ ୧୦ ଦିନ କାଳ ଭୁବନେଶ୍ୱରରେ ରହି ବାର୍ଡ ଫ୍ଲୁ ନିୟନ୍ତ୍ରଣ ଅପରେସନ୍‌ ମନିଟରିଂ କରିବ। ଓୟୁଏଟି ଫାର୍ମକୁ କିପରି ବିଶୋଧନ କରାଯିବ, ସେନେଇ ୧ କିଲୋମିଟର ବ୍ୟାସାର୍ଦ୍ଧରେ କୁକୁଡା ମରା ଅଭିଯାନ ତ୍ୱରାନ୍ୱିତ କରାଯିବ। ୧୦ କିଲୋମିଟର ବ୍ୟାପି କୁକୁଡା ରକ୍ତ ନମୂନା ସଂଗ୍ରହ ସହ ସପ୍ତାହକୁ ୨ ଥର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ୩ କିଲୋମିଟର ବ୍ୟାସାର୍ଦ୍ଧରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତିଦିନ କରାଯିବ। ଏହାଦ୍ୱାରା ବାର୍ଡ ଫ୍ଲୁ କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯାଇପାରିବ ବୋଲି ପ୍ରାଣୀ ସଂପଦ ବିଭାଗ ଆଶା ରଖିଛି।

ସେପଟେ ଆଜି ସକାଳେ ପ୍ରାଣୀ ସମ୍ପଦ ବିକାଶ ସଚିବ ଆର.ରଘୁପ୍ରସାଦ ନିଜେ ପ୍ରତିଷେଧାତ୍ମକ ପୋଷାକ ପିନ୍ଧି ଓୟୁଏଟି ଫାର୍ମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଓୟୁଏଟିରେ ୨ ଓ ଏକ କିଲୋମିଟର ପରିଧି ଭିତରେ ଆଉ ୫ଟି ଟିମ୍ ବୁଲି କୁକୁଡା ମାରୁଛନ୍ତି। କିଛି କୁକୁଡା ପାଳନକାରୀ ଲୁଚାଇ ରଖିଥିବା କୁକୁଡା ଓ ଅଣ୍ଡାକୁ ଜବତ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲରେ ଅଣ୍ଡା ତରକାରୀ ଜବତ କରି ନଷ୍ଟ କରାଯାଇଛି। ସେପଟେ ରାପିଡ୍ ରେସପନ୍ସ ଟିମ୍ ଆଜି ଚିକେନ୍ କାଉଣ୍ଟର, ବସ୍ତି ଆଦି ବୁଲି ବିଶୋଧନ କାର୍ଯ୍ୟ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos