ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ବୁଲ୍ବୁଲ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଗସ୍ତରେ ଆସୁଛି ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ।
ଶୁକ୍ରବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବ ଏହି ଟିମ୍ । କେନ୍ଦ୍ରୀୟ ଦଳ ଆଜି ଭଦ୍ରକ ଓ ଶୁକ୍ରବାର କେନ୍ଦ୍ରାପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ଯୋଗୁଁ ରାଜ୍ୟରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ବୁଲିବା ସହ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ । ‘ବୁଲୁବୁଲ୍’ରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ମଝି ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ଧକ୍କା
ତିରିଂ ଥାନା ଜିରାଇ ଗାଁର ଆକାଶ ମୁର୍ମୁ ଓ ବିଶ୍ଵନାଥ ସୋରେନ କୌଣସି କାମରେ ବାଇକ୍ରେ ବିଶୋଇ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ଘରକୁ ଫେରୁଥିଲେ। ତେବେ ରାଇରଙ୍ଗପୁର ସହର ମହୁଲଡିହା ଛକରେ ସମ୍ମୁଖରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା।
Miscellaneous
ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ ଉଠାଉଛନ୍ତି ରାସନ୍!
ଫେକ୍ ରାସନ କାର୍ଡକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି।
Miscellaneous
ଜଷ୍ଟିସ ବିଶ୍ୱନାଥ ରଥ ଓଡ଼ିଶା ଲ’ କମିଶନ ଅଧ୍ୟକ୍ଷ
ଆଜି ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି ।
Politics
ନବୀନ ଓ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ାଇବ କି ପ୍ରକାଶ ମିଶ୍ରଙ୍କ ପୁସ୍ତକ
ଆସନ୍ତା ଜାନୁୟାରୀ ୧୧ରେ ନୂଆଦିଲ୍ଲୀରେ ଓ ତା’ପୂର୍ବରୁ ଜାନୁୟାରୀ ୭ କିମ୍ବା ୯ତାରିଖରେ ଭୁବନେଶ୍ୱରରେ ଉନ୍ମୋଚିତ ହେବ ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ “କମେଡ଼ି ଇନ୍ ଖାକି: ଦ ହ୍ୟୁମରସ୍ ମେମୋରିଜ୍ ଅଫ ଏ ପୁଲିସମ୍ୟାନ୍” ।
Politics
ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଆସନ୍ତାକାଲି ଅର୍ଥାତ୍ ଶନିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଂଚିଥାନ୍ତୋ ।