ଅମ୍ଫାନ କ୍ଷୟକ୍ଷତି : ଆଜି ବୁଲିଲେ ୨ ଜିଲ୍ଲା, ଆସନ୍ତାକାଲି ଯିବେ ଭଦ୍ରକ ଓ ଜଗତସିଂହପୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ କ୍ଷୟକ୍ଷତି ଆକଳନ ପାଇଁ ୭ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ବାତ୍ୟା ପ୍ରଭାବିତ ଦୁଇଟି ଜିଲ୍ଲା ବୁଲି ଦେଖିଥିବାବେଳେ ଆସନ୍ତାକାଲି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ସୂଚନା ଅନୁସାରେ ‘ଟିମ-ଏ’ରେ ଶ୍ରୀପ୍ରକାଶଙ୍କ ସମେତ କୃଷି ବିଭାଗର ଆସିଷ୍ଟାଣ୍ଟ କମିଶନର ସୋମନାଥ […]

amphan-1-1

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ କ୍ଷୟକ୍ଷତି ଆକଳନ ପାଇଁ ୭ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ବାତ୍ୟା ପ୍ରଭାବିତ ଦୁଇଟି ଜିଲ୍ଲା ବୁଲି ଦେଖିଥିବାବେଳେ ଆସନ୍ତାକାଲି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି।

ସୂଚନା ଅନୁସାରେ ‘ଟିମ-ଏ’ରେ ଶ୍ରୀପ୍ରକାଶଙ୍କ ସମେତ କୃଷି ବିଭାଗର ଆସିଷ୍ଟାଣ୍ଟ କମିଶନର ସୋମନାଥ ଅଗାସୀମଣି ଓ ନୂଆଦିଲ୍ଲୀସ୍ଥିତ ମତ୍ସ୍ୟ ବିଭାଗର ଆସିଷ୍ଟାଣ୍ଟ କମିଶନର ଏସକେ ରଥ ଥିବାବେଳେ ‘ଟିମ-ବି’ରେ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ଜଳଶକ୍ତି ମନ୍ତ୍ରଣାଳୟର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅମରିଶ ପାଲ ସିଂ, ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏନଆର ଏଲକେ ପ୍ରସାଦ, ସଡ଼କ ଓ ରାଜପଥ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଅଧିକାରୀ ବିଏନ ସହାୟ ରହିଛନ୍ତି। ଟିମ-ଏ ଆଜି ବାଲେଶ୍ୱର ଗସ୍ତ କରିଥିବାବେଳେ ଟିମ-ବି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲା। ସେହିପରି ଟିମ୍‌-ଏ ଆସନ୍ତାକାଲି ଭଦ୍ରକ ଓ ଟିମ-ବି ଜଗତସିଂହପୁର ଗସ୍ତରେ ଯିବେ । ଉଭୟ ଟିମ୍ ୫ତାରିଖ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱର ଫେରିବେ। ଏହାପରେ ଉଭୟ ଟିମ୍ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଅମ୍ଫାନ କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହି କେନ୍ଦ୍ରୀୟ ଟିମକୁ ଆଜି ଅମ୍ଫାନ କ୍ଷୟକ୍ଷତି ଆକଳନ କରିବା ସହ ସାଧାରଣ ଲୋକଙ୍କ ସଙ୍ଗେ ବାତ୍ୟା କ୍ଷତିଗ୍ରସ୍ତ ସମ୍ପର୍କରେ କଥା ହୋଇଛନ୍ତି।

Related story