ରଞ୍ଜନାଙ୍କୁ ମିଳିଲା କେନ୍ଦ୍ରରେ ନିଯୁକ୍ତି, ଅପେକ୍ଷାରେ ଗୃହ ସଚିବ ସଞ୍ଜିବ ଚୋପ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ତଥା ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନୂଆ ନିଯୁକ୍ତି ମିଳିଛି । ତେବେ ତାଙ୍କ ସ୍ୱାମୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୦ ବ୍ୟାଚ୍ ଆଇଏଏସ୍ ସଞ୍ଜିବ ଚୋପ୍ରା ନିଜର କେନ୍ଦ୍ରୀୟ ନିଯୁକ୍ତିକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୧୯୯ ୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା […]

Ranjana-Chopra

Ordigital Desk
  • Published: Monday, 26 September 2022
  • , Updated: 27 September 2022, 03:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ତଥା ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସରକାରରେ ନୂଆ ନିଯୁକ୍ତି ମିଳିଛି । ତେବେ ତାଙ୍କ ସ୍ୱାମୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୦ ବ୍ୟାଚ୍ ଆଇଏଏସ୍ ସଞ୍ଜିବ ଚୋପ୍ରା ନିଜର କେନ୍ଦ୍ରୀୟ ନିଯୁକ୍ତିକୁ ଅପେକ୍ଷା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୧୯୯ ୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବାରୁ ସେ ଖୁବଶୀଘ୍ର ଓଡ଼ିଶା ଛାଡ଼ିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ଗୃହ ସଚିବ ଶ୍ରୀ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ନିଯୁକ୍ତି ମିଳିପାରିନଥିବା ଜଣାପଡ଼ିଛି । ଶ୍ରୀ ଚୋପ୍ରା ରାଜ୍ୟ କୃଷି ଉତ୍ପାଦନ କମିଶନର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଏହି ଚୋପ୍ରା ଆଇଏଏସ୍ ଦମ୍ପତି କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କିଛିମାସ ଧରି ଅପେକ୍ଷାରେ ରହିଥିଲେ । ଶ୍ରୀମତୀ ଚୋପ୍ରାଙ୍କୁ ରାଜ୍ୟ ସରକାର ଗତ ୨୯ତାରିଖରେ ଏମଏସଏମଇ ବିଭାଗକୁ ବଦଳି କରିଥିଲେ ।

Related story