ମା’ ତାରିଣୀଙ୍କ ପୀଠରେ ଚୈତ୍ରପର୍ବ ଆରମ୍ଭ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ପୀଠରେ ଚୈତ୍ରପର୍ବ ଆରମ୍ଭ ହୋଇଛି। ମା’ଙ୍କ ଦର୍ଶନ ଲାଗି ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଛି। ଏହି ଅବସରରେ ଆଜି ସକାଳ ୫ଟାରୁ ଦେହୁରୀମାନେ ମା’ଙ୍କର  କ୍ଷୀର, ହଳଦି ଓ ଚୁଆ ଚନ୍ଦନ ଆଦିରେ ମାଙ୍କ ସ୍ନାନ କରାଇଥିଲେ। ପରେ ମା’ଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ଘଟଗାଁରେ ଚୈତ୍ର ପର୍ବ ୭ ଦିନ ଧରି ଚାଲିବ। ଏଥିପାଇଁ ଘଟଗାଁକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।