ବାଲେଶ୍ୱର: ଚାକିରି କରେଇ ଦେବା ନାଁରେ ୧୮ ଲକ୍ଷ ଠକେଇ ଅଭିଯୋଗ,ଜଣେ ଗିରଫ

ବାଲେଶ୍ୱର: ୯ ଜଣ ଯୁବକଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇରେ ଚାକିରି କରେଇଦେବା ନେଇ ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ଆଜି ସମ୍ପୃକ୍ତ ଦଲାଲଙ୍କ ସହଯୋଗୀକୁ ଗିରଫ କରିଛି। ସେ ହେଲେ ବୋଦ୍ଧିସତ୍ତ୍ୱ ପରିଡା। ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଦଲାଲ୍‌ ଅଭୟ କୁମାର ବାରିକ୍‌ ଫେରାର୍‌ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ୯ ଜଣ ଯୁବକ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇରେ ପହଞ୍ଚି ଦଲାଲଠାରୁ […]

bodhisatwa parida

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 12:49 PM IST

ବାଲେଶ୍ୱର: ୯ ଜଣ ଯୁବକଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇରେ ଚାକିରି କରେଇଦେବା ନେଇ ୧୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ଆଜି ସମ୍ପୃକ୍ତ ଦଲାଲଙ୍କ ସହଯୋଗୀକୁ ଗିରଫ କରିଛି। ସେ ହେଲେ ବୋଦ୍ଧିସତ୍ତ୍ୱ ପରିଡା। ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଦଲାଲ୍‌ ଅଭୟ କୁମାର ବାରିକ୍‌ ଫେରାର୍‌ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ୯ ଜଣ ଯୁବକ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇରେ ପହଞ୍ଚି ଦଲାଲଠାରୁ ପାଇଥିବା ପରିଚୟ ପତ୍ର ଓ କାର୍ଡ ଯାଞ୍ଚ କରିଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଏହା ଜାଲ୍‌ ଥିବା କହିବା ପରେ ଯୁବକମାନେ ଚାନ୍ଦିପରୁ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକାରୀ ଧୀରେନ କୁମାର ପାତ୍ର କହିଛନ୍ତି,“ସେମାନେ ଦେଇଥିବା ପରିଚୟପତ୍ରକୁ ଏଠାରେ ଆଣି ଯାଞ୍ଜ କରିବାପରେ ଏହା ଜାଲ୍‌ ଥିବା ଜଣାପଡିଥିଲା। ଆମେ ଆସି ଥାନାରେ ଅଭିଯୋଗ କରିଛୁ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇରେ ଚାକିରି ଦେବା ନେଇ ଆମ ନିକଟରୁ ଜଣକ ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ନେଇଛନ୍ତି ଓ ନିଯୁକ୍ତିପତ୍ର ମିଳିବା ପରେ ବାକି ୨ ଲକ୍ଷ ଲେଖାଏଁ ଟଙ୍କା ନେଇଥାନ୍ତେ।”

ଏନେଇ ଚାନ୍ଦିପୁର ଥାନା ଓଆଇସି ରାଜେନ୍ଦ୍ର କୁମାର ଦାଶ କହିଛନ୍ତି,“ଗତକାଲି ଜଣେ ଦଲାଲ୍‌ ୯ ଜଣ ପିଲାଙ୍କୁ ଏଠାକୁ ନେଇକି ଆସିଥିଲା। ପୋଲିସ ପକ୍ଷରୁ ତାଙ୍କୁ ଆଣି ପଚରାଉଚରା କରିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ନିକଟରେ ଜାଲ୍‌ ପରିଚୟପତ୍ର ଦଲାଲଙ୍କ ପକ୍ଷରୁ ଦିଆଯାଇଥିବା ଜଣାପଡିଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।”

Related story