ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଘଟଣାର ତନାଘନା ଆରମ୍ଭ

ଭୁବନେଶ୍ୱର: ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୋଲିସ୍‌ ତନାଘନା ଆରମ୍ଭ କରିଛି। ଯୁବତୀ ଜଣଙ୍କ ଅସଦାଚରଣର ଶିକାର ହୋଇଥିବା ବସ୍‌କୁ ପୋଲିସ ଚିହ୍ନଟ କରିଛି। କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ବୁଧବାର ସକାଳ ସାଢ଼େ ୭ଟାରେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇରୁ ବସ୍‌ ଧରିଥିଲେ। କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା । କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରୁ ଜଣେ ମଧ୍ୟ […]

katak

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 05:16 PM IST

ଭୁବନେଶ୍ୱର: ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୋଲିସ୍‌ ତନାଘନା ଆରମ୍ଭ କରିଛି। ଯୁବତୀ ଜଣଙ୍କ ଅସଦାଚରଣର ଶିକାର ହୋଇଥିବା ବସ୍‌କୁ ପୋଲିସ ଚିହ୍ନଟ କରିଛି। କଟକ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ବୁଧବାର ସକାଳ ସାଢ଼େ ୭ଟାରେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇରୁ ବସ୍‌ ଧରିଥିଲେ। କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା । କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ବସ୍‌ରେ ଚଢିବା ପରେ ଆତଙ୍କ ଯେମିତି ଖେଳି ଯାଇଥିଲା। ଗାଡି କିଛି ବାଟ ଆଗକୁ ଯାଇଛି, ସେହି ବ୍ୟକ୍ତିଜଣକ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ। ପୀଡିତା ବାରଣକୁ ସେ କିନ୍ତୁ ଖାତିର କରି ନ ଥିଲେ। ଚଣ୍ଡିଖୋଲରେ ପରିସ୍ଥିତି ଅସହ୍ୟ ହେବାରୁ ଯୁବତୀ ପାଟି କରିଥିଲେ। ମାତ୍ର ଅନ୍ୟ ଯାତ୍ରୀମାନେ ପାଟି ନ ଖୋଲି ଚୁପ୍‌ ବସିଥିଲେ। କିଛି ସମୟରେ ପରେ ବସ୍‌ କଣ୍ଡକ୍ଟର ଆସି ବୁଝାଶୁଝା କରିବା ପରେ ଯୁବତୀ ଜଣକ ତାଙ୍କ ସିଟ୍‌ରେ ବସିଥିଲେ।

ମଙ୍ଗୁଳି ଛକରେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଣିଥିଲେ ଅସଦାଚରଣ କରିବାରୁ ଯୁବତୀ ଜଣକ ପୋଲିସ ସହାୟତା ପାଇଁ (ନଂ.୧୦୦)କୁ ଫୋନ୍‌ କରିଥିଲେ। ମାତ୍ର ସେଠାରୁ କୌଣସି ଉତ୍ତର ମିଳି ନ ଥିଲା। ପରେ ଯୁବତୀ ଜଣକ ମହିଳା ହେଲ୍ପ ନମ୍ୱର (୧୦୯୧)କୁ ଫୋନ୍‌ କରିଥିଲେ। ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହି ସମ୍ବେଦନଶୀଳ ଘଟଣା ସଂପର୍କରେ ପୀଡିତା ନିଜ ଫେସବୁକ୍‌ ପେଜ୍‌ରେ ଲେଖିବା ପରେ ପୁରା ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଥିଲା।

Related story