ଚାଲିଛି ପୁରୀ-ସାକ୍ଷୀଗୋପାଳପୁର ରେଳ ଲାଇନ୍ ଆଧୁନିକୀକରଣ କାର୍ଯ୍ୟ; ତିନି ପାସେଞ୍ଜର ବାତିଲ, ତିନି ଏକ୍ସପ୍ରେସର ସମୟ ବଦଳିଲା

ଭୁବନେଶ୍ୱର: ପୁରୀ-ସାକ୍ଷୀଗୋପାଳପୁର ରେଳ ଲାଇନ ଆଧୁନିକୀକରଣ କାମ ଆଜି କରାଯାଉଛି। ତେଣୁ ତିନିଟି ପାସଞ୍ଜେର ଟ୍ରେନକୁ ବାତିଲ କରି ଦିଆଯାଇଛି। ଏଗୁଡ଼ିକ ହେଲେ- ପୁରୀ-କଟକ, କଟକ-ଭଦ୍ରକ ଓ କଟକ-ପାରାଦୀପ ପାସେଞ୍ଜର୍ ଟ୍ରେନ୍। ସେହିପରି କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ରେଳ ବିଭାଗର ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନୀଳାଚଳ ଏକ୍ସପ୍ରେସ ୧୦ଟା ୫୫ ବଦଳରେ ଦିନ ଗୋଟାଏ ବେଳେ ଛାଡ଼ିବ। ସେହିପରି ଧଉଳି ଏକ୍ସପ୍ରେସ ୧୧ଟା ୫୦ ରେ ପୁରୀ ଛାଡ଼ିବାକୁ […]

meghalayamap

meghalayamap

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 07:33 AM IST

Sports

Latest News

ଭୁବନେଶ୍ୱର: ପୁରୀ-ସାକ୍ଷୀଗୋପାଳପୁର ରେଳ ଲାଇନ ଆଧୁନିକୀକରଣ କାମ ଆଜି କରାଯାଉଛି। ତେଣୁ ତିନିଟି ପାସଞ୍ଜେର ଟ୍ରେନକୁ ବାତିଲ କରି ଦିଆଯାଇଛି। ଏଗୁଡ଼ିକ ହେଲେ- ପୁରୀ-କଟକ, କଟକ-ଭଦ୍ରକ ଓ କଟକ-ପାରାଦୀପ ପାସେଞ୍ଜର୍ ଟ୍ରେନ୍। ସେହିପରି କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ରେଳ ବିଭାଗର ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନୀଳାଚଳ ଏକ୍ସପ୍ରେସ ୧୦ଟା ୫୫ ବଦଳରେ ଦିନ ଗୋଟାଏ ବେଳେ ଛାଡ଼ିବ। ସେହିପରି ଧଉଳି ଏକ୍ସପ୍ରେସ ୧୧ଟା ୫୦ ରେ ପୁରୀ ଛାଡ଼ିବାକୁ ଥିବା ବେଳେ ପରିବର୍ତ୍ତିତ ସମୟ ଅନୁଯାୟୀ ଦିନ ୨ଟାରେ ଛାଡ଼ିବ। ପୁରୀରୁ ତିରୁପତି ଯିବାକୁ ଥିବା ତିରୁପତି ଏକ୍ସପ୍ରେସ ୧୨.୨୫ରେ ପୁରୀ ଷ୍ଟେସନ ଛାଡ଼ିବାର ଥିଲା। କିନ୍ତୁ ଏହା ଦିନ ୨ଟା ୩୦ ମିନିଟରେ ଛାଡ଼ିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos