ଚାପର ବଶବର୍ତ୍ତୀ ନହେବାରୁ ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲେ ରାଜ୍ୟ ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର: ପୂର୍ବତନ ଡିଜି ତଥା ଏବର ସିଆରପିଏଫ୍ ଡିଜି ରାଜ୍ୟ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ନଥିଲେ। ସେଥିପାଇଁ ତାଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନଥାଇ ସୁଦ୍ଧା ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା। ଏଣୁ ତାଙ୍କୁ କେବଳ ଅପଦସ୍ତ କରିବା ପାଇଁ ମାମଲା ରୁଜୁ କରାଯାଇଥିଲା ବୋଲି ହାଇକୋର୍ଟଙ୍କ ରାୟ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । ଶନିବାର ଏ କଥା କହିଛନ୍ତି ବିରୋଧୀ ଦଳ ନେତା […]

narsingha

narsingha

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 12:06 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ଡିଜି ତଥା ଏବର ସିଆରପିଏଫ୍ ଡିଜି ରାଜ୍ୟ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ନଥିଲେ। ସେଥିପାଇଁ ତାଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା। କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ନଥାଇ ସୁଦ୍ଧା ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା। ଏଣୁ ତାଙ୍କୁ କେବଳ ଅପଦସ୍ତ କରିବା ପାଇଁ ମାମଲା ରୁଜୁ କରାଯାଇଥିଲା ବୋଲି ହାଇକୋର୍ଟଙ୍କ ରାୟ ଆସିବା ପରେ ସ୍ପଷ୍ଟ ହୋଇଯାଇଛି । ଶନିବାର ଏ କଥା କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ନରସିଂହ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କେହି ଡିଜିଙ୍କ ଉପରେ ଚାପ ପକାଇ ପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ପ୍ରକାଶଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ସେହିଭଳି କୌଣସି ତଦନ୍ତ ନକରି ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବାକୁ ସୁପାରିଶ କରିଥିବା ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି ସିଂହଙ୍କୁ ମଧ୍ୟ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହାଇକୋର୍ଟ ଭର୍ତ୍ସନା କରିବା ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରି ନାହାନ୍ତି। ଚୁପ୍ ବସିଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ସବୁ କାମ ତାଙ୍କରି ନିର୍ଦ୍ଦେଶରେ ହିଁ ହୋଇଥିଲା।

ନରସିଂହ କହିଛନ୍ତି, ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିଲା। ଆମ୍ବୁଲାନ୍ସ ଯୋଗେ ଟଙ୍କା ବିଭିନ୍ନ ସ୍ଥାନକୁ ନିଆଯାଉଥିଲା। ଏହାକୁ ତତକାଳୀନ ଡିଜି ପ୍ରକାଶ ମିଶ୍ର ପ୍ରଶୟ ଦେଇ ନଥିଲେ। ସେଥିପାଇଁ ତାଙ୍କୁ ଟାର୍ଗେଟ କରାଯାଇଥିଲା। ନିର୍ବାଚନ କମିଶନର ୨୦୧୪ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନର ତଦନ୍ତ କରନ୍ତୁ ବୋଲି ବି ସେ ଦାବି କରିଛନ୍ତି।

ନିର୍ବାଚନରେ ଟଙ୍କା ବଣ୍ଟା ସହିତ ଖଣି ଓ ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ସହିତ ଏକମତ ନଥିଲେ ପ୍ରକାଶ ମିଶ୍ର। ଖଣି ଓ ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତରେ ସରକାରଙ୍କ ହସ୍ତକ୍ଷେପ ସେ ଚାହୁଁ ନଥିଲେ। ସରକାର ଏହି ଦୁଇ ଦୁର୍ନୀତିରେ ଯେମିତି ତଦନ୍ତ ଚାହୁଁଥିଲେ ସେଥିରେ ସେ ରାଜି ହୋଇ ନଥିଲେ। ତେଣୁ ତାଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଇଛି।

ଅନ୍ୟପକ୍ଷରେ ଆଜି ‘ଉତ୍କଳ ଭାରତ’ ସଭାପତି ଖାରବେଳ ସ୍ୱାଇଁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି। ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ଏମାନେ ଅପରାଧିକ ଷଡ଼ଯନ୍ତ୍ର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story