ଦାଖଲ ହେଲା ଶ୍ରେୟସ ରାଗିଂ ଓ ମୃତ୍ୟୁ ମାମଲାର ଚାର୍ଜସିଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଶ୍ରେୟସ ରାଗିଂ ଓ ମୃତ୍ୟୁ ମାମଲାରେ ଆନ୍ଧ୍ରପ୍ରଦେଶର ପିଏମ୍ ପାଲମ ପୋଲିସ ଷ୍ଟେଶନ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ଜୁଭେନାଇସଲ ଜଷ୍ଟିସ ବୋର୍ଡ ନିକଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ତେବେ ଶ୍ରେୟସ ପଢୁଥିବା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ଉଲ୍ଲେଖ କରାଯାଇନାହିଁ। ଏହାକୁ ନେଇ ଶ୍ରେୟସଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୃତ ଶ୍ରେୟସ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ଯୁକ୍ତଦୁଇ ପଢୁଥିବାବେଳେ ସହପାଠୀଙ୍କ ରାଗିଂର ଶିକାର ହୋଇଥିଲେ। ଏଥିରେ […]

shreeyas

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 02:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଶ୍ରେୟସ ରାଗିଂ ଓ ମୃତ୍ୟୁ ମାମଲାରେ ଆନ୍ଧ୍ରପ୍ରଦେଶର ପିଏମ୍ ପାଲମ ପୋଲିସ ଷ୍ଟେଶନ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ଜୁଭେନାଇସଲ ଜଷ୍ଟିସ ବୋର୍ଡ ନିକଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ତେବେ ଶ୍ରେୟସ ପଢୁଥିବା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ଉଲ୍ଲେଖ କରାଯାଇନାହିଁ। ଏହାକୁ ନେଇ ଶ୍ରେୟସଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୃତ ଶ୍ରେୟସ ବିଶାଖାପାଟଣା ଶ୍ରୀଚୈତନ୍ୟ କଲେଜରେ ଯୁକ୍ତଦୁଇ ପଢୁଥିବାବେଳେ ସହପାଠୀଙ୍କ ରାଗିଂର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଘରକୁ ଫେରିବା ପରେ ତାଙ୍କ ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଜାନୁଆରୀ ୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ ଶ୍ରେୟସଙ୍କ ପରିବାର ଲୋକେ।

Related story