ଚାରି ମାସରେ ଶେଷ ହେବ ଥଇଥାନ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର: ସରକାରଙ୍କ ଥଇଥାନ ନିଯୁକ୍ତି ଯୋଜନା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଆବେଦନକାରୀ ଆବେଦନର ୪ ମାସ ମଧ୍ୟରେ ଯେପରି ସୁଫଳ ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ଡିଷ୍ଟ୍ରେସ ସାର୍ଟିଫିକେଟ ସମେତ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ କରାଯିବ। ଏଥିରେ ଖିଲାପ ହେଲେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ […]

naveen

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 02:54 AM IST

ଭୁବନେଶ୍ୱର: ସରକାରଙ୍କ ଥଇଥାନ ନିଯୁକ୍ତି ଯୋଜନା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଆବେଦନକାରୀ ଆବେଦନର ୪ ମାସ ମଧ୍ୟରେ ଯେପରି ସୁଫଳ ପାଇବେ ସେ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ଡିଷ୍ଟ୍ରେସ ସାର୍ଟିଫିକେଟ ସମେତ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଶେଷ କରାଯିବ। ଏଥିରେ ଖିଲାପ ହେଲେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟାର ମାସିକ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୩ ମାସରୁ ଅଧିକ ସମୟ ଧରି ପଡ଼ିରହିଥିବା ଡତଷ୍ଟ୍ରେସ ସାର୍ଟିଫିକେଟ ଲାଗି ଆବେଦନଗୁଡ଼ିକର ଫଇସଲା ଜୁଲାଇ ସୁଦ୍ଧା ଶେଷ କରିବା ଏବଂ ୩ ମାସରୁ ଅଧିକ ସମୟ ଧରି ଶହୀଦ ପରିବାରର ଆବେଦନକୁ ଅଗଷ୍ଟ ମାସ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ସେହିଭଳି ଥଇଥାନ ନିଯୁକ୍ତି ପାଇଁ ଥିବା ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Related story