ବର୍ଷାଭାବ: ମରୁଡ଼ି ଆଶଙ୍କା, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ସ୍ଥିତି ଅସମ୍ଭାଳ

ଉଦଳା/ବରଗଡ଼: କୁହାଯାଏ ‘ଚାଷ ତର ତର ବଣିଜ ମଠ’। ହେଲେ ଚଳିତବର୍ଷ ଜୁନ୍ ମାସରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ନିର୍ଦ୍ଧାରିତ ସମୟରେ ବର୍ଷା ହେଉ ନ ଥିବା ଯୋଗୁଁ ପଡ଼ିଆ ପଡ଼ିଲାଣି ଜମି। ଯଦି ଜୁଲାଇ ମାସ ଶେଷ ସୁଦ୍ଧା ଆବଶ୍ୟକ ପରିମାଣର ବର୍ଷା ନ ହେଲା ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଚାଷୀ ଓ କୃଷି ବିଭାଗ ଆଶଙ୍କା କରିଛନ୍ତି।  ଏବେ ବର୍ଷାଜଳ ହିଁ ଚାଷୀଙ୍କ […]

farmer

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 11:39 AM IST

ଉଦଳା/ବରଗଡ଼: କୁହାଯାଏ ‘ଚାଷ ତର ତର ବଣିଜ ମଠ’। ହେଲେ ଚଳିତବର୍ଷ ଜୁନ୍ ମାସରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ନିର୍ଦ୍ଧାରିତ ସମୟରେ ବର୍ଷା ହେଉ ନ ଥିବା ଯୋଗୁଁ ପଡ଼ିଆ ପଡ଼ିଲାଣି ଜମି। ଯଦି ଜୁଲାଇ ମାସ ଶେଷ ସୁଦ୍ଧା ଆବଶ୍ୟକ ପରିମାଣର ବର୍ଷା ନ ହେଲା ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଚାଷୀ ଓ କୃଷି ବିଭାଗ ଆଶଙ୍କା କରିଛନ୍ତି।  ଏବେ ବର୍ଷାଜଳ ହିଁ ଚାଷୀଙ୍କ ଭରସା। ଆସନ୍ତୁ ଜାଣିବା ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ କିଭଳି ରହିଛି ଚାଷ କାର୍ଯ୍ୟ।

ହଳ ସରିଛି, ରୁଆ ମଧ୍ୟ ସରିଛି। ହେଲେ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ଏ ହେଉଛି ମୟୂରଭଞ୍ଜ ଜିଲ୍ଲାର ଅବସ୍ଥା। କପ୍ତିପଦା ଉପଖଣ୍ଡ ୪ଟି ବ୍ଲକ ମଧ୍ୟରୁ କପ୍ତିପଦା ଓ ଉଦଳାରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ଜମିରେ ତଳି ପଡ଼ିଥିଲେ ମଧ୍ୟ ଜଳାଭାବ ଯୋଗୁଁ ଗଜା ହୋଇପାରୁନାହିଁ। ଏପରିକି କେନାଲ ବନ୍ଧ ମଧ୍ୟ ଶୁଖିଲା ପଡ଼ିଛି। ଉଦଳା ବ୍ଲକ୍‌ରେ ୬୮୭୭ ହେକ୍ଟର ଜମିକୁ ଜଳସେଚନ ପାଇଁ ସୁବିଧା  ଥିବା ବେଳେ ୩୫୯୩ ହେକ୍ଟର ଜମିକୁ ଜଳସେଚନର ସୁବିଧା ନାହିଁ। ସେହିପରି କପ୍ତିପଦା ବ୍ଲକ୍ ୮୧୩୦ ହେକ୍ଟର ଜମିକୁ  ଜଳସେଚନ ପାଇଁ ସବୁଧା ଥିବା ବେଳେ ୬୫୫୦ ଜମିକୁ ଜଳ ସେଚନର ସୁବିଧା ନାହିଁ । ତେଣୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଶୁଖିଲା ପଡିଛି ଜମି। ଏ ଯାଏଁ ଧାନ ବୁଣା କାମ ବି ହୋଇନି।  ଜିଲ୍ଲାର ସୋହେଲା, ପଦ୍ମପୁର ଏବଂ ଆମ୍ବାଭୋନା ବ୍ଲକରେ ସ୍ୱାଭବିକ ଠାରୁ କମ୍ ବର୍ଷା ହୋଇଥିବାରୁ ଚାଷ କାମ ଠପ୍  ହୋଇପଡ଼ିଛି। ଜୁନ ସୁଦ୍ଧା ଜମିରେ ରୁଆ କାମ ସାରିବା କଥା, ହେଲେ ଏଥର ବର୍ଷା ଅଭାବରୁ ଧାନ ସହିତ ଅନ୍ୟାନ୍ୟ ଚାଷର ବେଉଷଣ ମଧ୍ୟ ହୋଇନାହିଁ। ଗତ ଦୁଇବର୍ଷ ଧରି ମରୁଡ଼ିର ସମ୍ମୁଖୀନ ହୋଇଥିବା ଏହି ଅଞ୍ଚଳର ଚାଷୀମାନେ ପୁଣି ମରୁଡ଼ି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଜୁଲାଇ ମାସ ଶେଷ ସୁଦ୍ଧା ଭଲ ବର୍ଷା ହେବ ବୋଲି କୃଷି ବିଭାଗ କର୍ତ୍ତୃପକ୍ଷ ଆଶା କରିଛନ୍ତି।

Related story