ପୁଣି ଫେରିବ ଚାଟଶାଳୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନେ ଗାଁରେ ଚାଲିଥିଲା ଚାଟଶାଳୀ। ସେଠି ଅବଧାନେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ପରବର୍ତ୍ତୀ ସମୟରେ ଚାଟଶାଳୀର ରୂପ ବଦଳିଲା। ଆଉ ଗଢ଼ି ଉଠିଲା ବିଦ୍ୟାଳୟ। ପିଲାମାନେ ବହିବସ୍ତାନୀ ଧରି ବିଦ୍ୟାଳୟକୁ ଗଲେ। ସେଠାକୁ ଅବଧାନେଙ୍କ ବଦଳରେ ପାଠ ପଢ଼ାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ୁଥିଲେ। ହେଲେ ଆଜି ସେହି ବିଦ୍ୟାଳୟ ଖୋଲା ରହିଛି, ମାତ୍ର ପିଲାମାନଙ୍କୁ ଆସିବାକୁ ବାରଣ କରାଯାଉଛି। ଯେଉଁଥିପାଇଁ ପିଲାମାନେ […]

abadhana

abadhana

Manoranjan Sial
  • Published: Saturday, 15 August 2020
  • Updated: 15 August 2020, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନେ ଗାଁରେ ଚାଲିଥିଲା ଚାଟଶାଳୀ। ସେଠି ଅବଧାନେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ପରବର୍ତ୍ତୀ ସମୟରେ ଚାଟଶାଳୀର ରୂପ ବଦଳିଲା। ଆଉ ଗଢ଼ି ଉଠିଲା ବିଦ୍ୟାଳୟ। ପିଲାମାନେ ବହିବସ୍ତାନୀ ଧରି ବିଦ୍ୟାଳୟକୁ ଗଲେ। ସେଠାକୁ ଅବଧାନେଙ୍କ ବଦଳରେ ପାଠ ପଢ଼ାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ୁଥିଲେ। ହେଲେ ଆଜି ସେହି ବିଦ୍ୟାଳୟ ଖୋଲା ରହିଛି, ମାତ୍ର ପିଲାମାନଙ୍କୁ ଆସିବାକୁ ବାରଣ କରାଯାଉଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସରକାର ଅନ୍‌ଲାଇନ୍‌ ଶିକ୍ଷାର ବ୍ୟବସ୍ଥା କରିଥିଲେ। ମାତ୍ର ମୋବାଇଲ୍‌ ନେଟ୍‌ୱର୍କ ସୁବିଧାନଥିବାରୁ କେଉଁଠି ପିଲାମାନଙ୍କୁ ଗଛ ଚଢ଼ିବାକୁ ପଡୁଛି ତ ଆଉ କେଉଁଠି ପାହାଡ଼। ହେଲେ ଏବେ ପିଲାମାନଙ୍କୁ ଆଉ ସେମିତି କରିବାକୁ ପଡ଼ିବ ନାହିଁ। ଏବେ ଗାଁକୁ ଆସିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଚାଟଶାଳୀର ଫର୍ମୁଲା ପରି ଗାଁରେ ପିଲାମାନଙ୍କୁ ପାଠ ପଢ଼ାଇବେ ସାର୍‌। କରୋନା କଟକଣା ପାଇଁ ଏବେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି।

ମହାମାରୀ ‘କରୋନା’ କଟକଣା ଯୋଗୁ ବର୍ତ୍ତମାନ ଉପାନ୍ତରୁ ଉପକୂଳ ଯାଏଁ ନାନା ପ୍ରତିକୂଳ ପରିସ୍ଥିତିରେ ଅନଲାଇନ୍ କ୍ଲାସ କରୁଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ମୋବାଇଲ୍‌ ନେଟ୍‌ୱାର୍କ ସମସ୍ୟା ଯୋଗୁ କିଏ ପାହାଡ ଚଢ଼ୁଛନ୍ତି ତ ଆଉ କାହାକୁ ଗଛ ଚଢ଼ିବାକୁ ପଡ଼ୁଛି। ଦୀକ୍ଷା, ଶିକ୍ଷା ସଂଯୋଗ ଓ ହ୍ୱାଟ୍ସଆପ୍‌ ଜରିଆରେ ଅନ୍‌ଲାଇନ ଶିକ୍ଷାଦାନରେ ଯେନତେନ ପ୍ରକାରେ ପାଠପଢ଼ା ଚାଲିଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକଥା ସ୍ୱୀକାର ମଧ୍ୟ କରିଛନ୍ତି।

ସେ କହିଛନ୍ତି, ରାଜ୍ୟରେ  ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭିତରୁ ଇଣ୍ଟରନେଟ୍‌ ସମସ୍ୟାରୁ ୩୮ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଶିକ୍ଷା ସମ୍ପର୍କ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାଁକୁ ଗାଁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ ବୋଲି ଶ୍ରୀ ଦାଶ କହିଛନ୍ତି। ସେହିପରି ସେପ୍ଟେମ୍ବର ସୁଦ୍ଧା ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମନ୍ତ୍ରୀ ଆଶଙ୍କା ପ୍ରକାଶ କରିବା ସହ ଆସନ୍ତା ସପ୍ତାହ ସୁଦ୍ଧା ଚୁଡାନ୍ତ ସିଲାବସ୍‌ ଆସିଯିବ ବୋଲି କହିଛନ୍ତି।

ସିବିଏସ୍ଇ ୩୦% ପ୍ରତିଶତ ଓ ଆଇସିଏସ୍‌ଇ ୨୫% କୋର୍ସ କମାଇଦେବା ସହ ଯଥେଷ୍ଟ ସମୟ ଆଗରୁ ସିଲାବସ ଧାର୍ଯ୍ୟ କରିସାରିଛନ୍ତି। ଅଥଚ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଝୁଲାଇ ରଖିଛି ପାଠ୍ୟକ୍ରମର ରୂପରେଖକୁ। ସ୍କୁଲ୍‌ରେ ସ୍ୱାଭାବିକ ଭାବେ କେବେ ପାଠପଢ଼ା ହେବ ତାକୁ ନେଇ ନାନା ଆଶଙ୍କା ଦେଖାଦେଇଥିବା ବେଳେ ଏଯାଏଁ ଓଡ଼ିଶା ମାଧ୍ୟମିକ ବୋର୍ଡ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ୍‌ରେ କେଉଁ ବିଷୟ କେତେ ପ୍ରତିଶତ ରହିବ? କଣ ହେବ ପାଠ୍ୟକ୍ରମର ରୂପରେଖ? ତାକୁ ନେଇ ଦ୍ୱନ୍ଦ୍ୱରେ ଓଡ଼ିଆ ମିଡ଼ିୟମ୍ ଛାତ୍ରଛାତ୍ରୀ ଓ ଶିକ୍ଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos